ଫାଇଲେରିଆ ବା ବାତ ଜ୍ଵର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ...

ଫାଇଲେରିଆ ବା ବାତ ଜ୍ଵର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ...


ପଦ୍ମପୁର,୦୮/୦୮ : ଫାଇଲେରିଆ ବା ବାତ ଜ୍ଵର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ୨୦୨୪ର ସଫଳ ରୂପାଯନ ନିମନ୍ତେ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମଗ୍ର ଏନ୍ ଏ ସି ଅଂଚଳରେ ଫେଲେରିଆ ନିରାକରଣ ସଚେତନତା ରଥ ପରିକ୍ରମା ହେଉଛି।

                Ad..


ଗତ ସପ୍ତାହରୁ ରଥ ପଦ୍ମପୁର ଏନ୍ ଏ ସି ର ସମସ୍ତ ଗଲି କନ୍ଦିରେ ବୁଲି ଆଗାମୀ ୧୦ ଅଗଷ୍ଟ, ୨୦୨୪ ଠାରୁ ୧୯ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପଦ୍ମପୁର ସହରରେ  ହେବାକୁ ଯାଉଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ବିଷୟ ସୂଚନା ପ୍ରଦାନ କରାଯାଉଛି ସୂଚନାଯୋଗ୍ୟ କି, ଏହି ଔଷଧ ୨ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଜନସାଧାରଣ ସେବନ କରିବେ । 

କେବଳ ଗର୍ଭବତୀ ମହିଳା ଓ ୨ ବର୍ଷରୁ କମ ଶିଶୁ ଏବଂ ଅତ୍ୟନ୍ତ ରୋଗାକ୍ରାନ୍ତ ବ୍ୟକ୍ତିବିଶେଷଙ୍କୁ ଔଷଧ ଦିଆଯିବ ନାହିଁ । ଏକ ସପ୍ତାହ ମଧ୍ୟରେ ଶିଶୁ ଜନ୍ମ କରିଥିବା ମା ମାନଙ୍କ ବ୍ୟତୀତ ୬ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଜନସାଧାରଣଙ୍କୁ ଆଇଭରମାକଟିନ ବଟିକା, ଡିଇସି ଓ ଆଡବେଣ୍ଡାଜୋଲ ଦିଆଯିବ । ୨ ବର୍ଷରୁ ୫ ବର୍ଷର ଶିଶୁମାନଙ୍କୁ କେବଳ  ଡିଇସି ଓ ଆଡବେଣ୍ଡାଜୋଲ ଦିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ମାଝି ସୂଚନା ଓ ସଚେତନତା ବାର୍ତ୍ତା ଦେଇଛନ୍ତି।




Report : Bijay ku sahu

Edited by k.s thakur...





Post a Comment

Previous Post Next Post