ସ୍ବପ୍ନେଶ୍ବର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟୀ ତରଫରୁ ଛତା ବଣ୍ଟଣ...

ସ୍ବପ୍ନେଶ୍ବର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟୀ ତରଫରୁ ଛତା ବଣ୍ଟଣ...


ବରଗଡ଼,୦୮/୦୮ : ବରଗଡ଼ ଜିଲ୍ଲା ପଦ୍ମପୁର ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟୀ ତରଫରୁ ଶୀତଳଷଷ୍ଠୀ ଉତ୍ସବ ପାଳନ ନିମନ୍ତେ ସଂଗୃହୀତ ଅର୍ଥରାଶିରୁ କିଛି ସମାଜସେବାରେ ପ୍ରତିବର୍ଷ ଖର୍ଚ୍ଚ କରିବା ପାଇଁ କମିଟୀର ସର୍ବସମ୍ମତି ପ୍ରକାଶ ପାଇଥିଲା ।

             Ad..


ସେହି ଅନୁସାରେ ଆଜି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ଜୋସ୍ନାରାଣୀ ସାହୁ,  ଶିକ୍ଷକ ମାନସ ରଞ୍ଜନ ଶତପଥିଙ୍କ ଉପସ୍ଥିତିରେ ୩୬ଜଣ ଛତ୍ରୀଙ୍କୁ ଛତା ବଣ୍ଟଣ କରାଯାଇଛି ।

ଏହି ପରି ପ୍ରେକ୍ଷିରେ ଶୀତଳଷଷ୍ଠୀ କମିଟୀର ସଭାପତୀ ପ୍ରିତମ କୁମାର ମେହେର ସମ୍ପାଦକ ବିଜୟ କୁମାର ସାହୁ ଆବାହକ ସନ୍ତୋଷ କୁମାର ମହାନ୍ତି ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ସହସମ୍ପାଦକ ପ୍ରଶାନ୍ତ ସାହୁ ମନୋଜ କୁମାର ମହାନ୍ତି କୋଷାଧ୍ୟକ୍ଷ ନରସିଂହ ଅଗ୍ରଓ୍ବାଲ, ଦୁଇ ଉପ ସଭାପତି ଦିଲ୍ଲିପ ବାରିକ, ମଣ୍ଟୁ ମହାନ୍ତି, କେଦାର ସାହୁ, ମନ୍ଦିର ପୂଜକ ଟଙ୍କଧର ମହାପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେମଧ୍ୟ ଉପସ୍ଥିତ ରହିଥିଲେ।




Report : Bijay ku sahu

Edited by k.s thakur...






Post a Comment

Previous Post Next Post