ବ୍ଲକ ସ୍ତରୀୟ ବିଜ୍ଞାନ ନାଟିକା ଓ ଆଲୋଚନା ଚକ୍ର...

ବ୍ଲକ ସ୍ତରୀୟ ବିଜ୍ଞାନ ନାଟିକା ଓ ଆଲୋଚନା ଚକ୍ର...


ବରଗଡ଼,୨୮/୦୮ : ବିଜ୍ଞାନକୁ ଲୋକାଭିମୁଖୀ ତଥା ପ୍ରଚାର ଓ ପ୍ରସାର କରିବା ନିମନ୍ତେ କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବlଭୋନlରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଓ ବିଜ୍ଞାନ ନାଟିକା ଅନୁଷ୍ଠିତ ହୋଇଯାଇଛି।

        Ad..


ଏହି ଉପଲକ୍ଷେ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ଭୁକ୍ତାର ଅଧ୍ୟାପକ ଅନିଳ କୁମାର ଦେବତା, ମୁଖ୍ୟ ବକ୍ତା ଭାବରେ  ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡଃ ଜୟନ୍ତ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାର ଅଧ୍ୟାପକ ଶୁଭେନ୍ଦୁ ସାହୁ...

          Ad..


ଅଧ୍ୟାପକ ଜୟନ୍ତ କୁମାର ବାରିକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ, ଗୋଷ୍ଠୀ ବିଜ୍ଞାନ ମଞ୍ଚର ଅଧ୍ୟକ୍ଷ ଶିକ୍ଷକ ସଂଜୟ ଖମାରୀ, ବିଜ୍ଞାନ ମଞ୍ଚର ସଂପାଦକ ଶିକ୍ଷକ ମନୋହର ସାହୁ ଏବଂ କେଦାରନାଥ  ଆଦିବାସୀ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥ ମଞ୍ଚାସୀନ ଥିଲେ। 

ଅମ୍ବାଭୋନା ସି ଆର୍ ସିସି ପୁନୀରାମ ଗଣ୍ଡ ସଭା କାର୍ଯ୍ଯ ପରିଚାଳନା କରିଥିବାବେଳେ  ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବିଜ୍ଞାନ ନାଟିକା ଓ ଆଲୋଚନା ଚକ୍ର ଆୟୋଜନର ଉଦ୍ଦେଶ୍ଯ ବିଷୟରେ ଆଲୋକପାତ କରିଥିଲେ। 

ବିଜ୍ଞାନ ଆଲୋଚନା ଚକ୍ରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅମ୍ବାଭୋନାର ପାୟଲ ନାଏକ ପ୍ରଥମ, କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନାର କିରନ୍ ମେହେର ଦ୍ବିତୀୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵାରୀର ଶ୍ରୁତି ପଟେଲ୍ ଓ ଦ୍ବାରିକାଧୀଶ ହାଇସ୍କୁଲର ପ୍ରତୀକ୍ଷା ପ୍ରଧାନ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

ବିଜ୍ଞାନ ନାଟିକାରେ ମଞ୍ଚସ୍ଥ କରିଥିବା ବିଦ୍ୟାଳୟ ମଧ୍ୟରୁ ରୁଚିଦା ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ,ଭୁକ୍ତା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଅମ୍ବାଭୋନା କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର  ଶିଶୁ କଳାକାର ଯଥାକ୍ରମେ ପ୍ରଥମ ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

ଶ୍ରେଷ୍ଠ ଅଭିନେତା ଶୁଭମ୍ ବର୍ଗେ , ଶ୍ରେଷ୍ଠ ଅଭିନେତ୍ରୀ ତ୍ରିବେଣୀ ଭୁଏ, ମାର୍ଗ ଦର୍ଶକ ଶିକ୍ଷକ ଜନକ ରାମ ବାରିକ ଓ ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର ଅତିଥିମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ପରିଚାଳନାରେ ସି ଆର ସିସି ରାହୁଲ ସେଠ୍, ଶିକ୍ଷକ ସନ୍ତୋଷ ମାଝୀ,ଜନକରାମ ବାରିକ ଏବଂ କେଦାରନାଥ ଆଦିବାସୀ ସରକାରୀ ହାଇସ୍କୁଲର ଶିକ୍ଷକ ଚିନ୍ମୟ ସାହୁ , ମଧୁସୂଦନ ବାରିକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଭୁକ୍ତା ସି ଆର ସିସି କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post