ପୂର୍ତ୍ତ ମନ୍ତ୍ରୀ ଙ୍କୁ ଭେଟି ବରଗଡ଼ ସହରର ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ...
ବରଗଡ଼,୨୭/୦୮ : ବରଗଡ଼ ର ଅଟକି ଯାଇଥିବା ବିଭିନ୍ନ ରାସ୍ତା ଘାଟ ଓ ଫ୍ଲାଇ ଓଭର ର ନିର୍ମାଣ କାର୍ଯ୍ୟ କୁ ଅତିଶୀଘ୍ର ଆରମ୍ଭ କରିବା ପାଇଁ ଆଜି ମାନ୍ୟବର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସଚିବାଳୟରେ ଭେଟି ବରଗଡ଼ ସହରର ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କଲେ।
Ad..
ସୂଚନା ଥାଉକି ବରଗଡ଼ ସହରକୁ ଜିଲ୍ଲା ତଥା ସଂଲଗ୍ନ ଛତିଶଗଡ଼ ଅଞ୍ଚଳର ଲୋକେ ପ୍ରତ୍ୟେକ ଦିନ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ଆସୁଛନ୍ତି। ବରଗଡ଼ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରସ୍ତାବିତ ଭଟଲି ଛକ ଓ ଗାନ୍ଧୀ ଛକ ଓଭର ବ୍ରିଜ କାମ...
Ad..
ତଥା ବାନ୍ଦୁ ଟିକ୍ରା ରୁ ଜାତୀୟ ରାଜପଥ ର ରାସ୍ତା କୁ ପୂର୍ତ୍ତ ବିଭାଗ ଅଧୀନକୁ ଆଣିବା ଏବଂ ଅନ୍ୟାନ୍ୟ ପକଳ୍ପ ଗୁଡିକର କାମ ଅତିଶୀଘ୍ର ଆରମ୍ଭ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ବିଧାୟକ ସାକ୍ଷାତ କରି ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
Report : Bijay ku sahu
Edited by k.s thakur...



