ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ପହଞ୍ଚିଲା ୩୦୦ ଡେଙ୍ଗୁ ଚିହ୍ନଟ କିଟ୍...
ବରଗଡ଼,୨୮/୦୮ : ବରଗଡ଼ ଜିଲ୍ଲା ର ସରକାରୀ ଡାକ୍ତରଖାନା ରେ ଡେଙ୍ଗୁ ପରୀକ୍ଷା କିଟ୍ ର ଅଭାବ ଦେଖାଦେଇଥିବା ସମସ୍ୟା କିଛି କାଶରେ ସମାଧାନ ହୋଇ ପାରିଛି। ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ରାତିରେ ୩୦୦ କିଟ୍ ପହଞ୍ଚାଯାଇଛି ।
Ad..
ବର୍ତ୍ତମାନ ସମୟରେ ବରଗଡ଼ ଜିଲ୍ଲା ର ଅନେକ ଗାଁ ଓ ସହରରେ ପରିବାର ଗୁଡ଼ିକୁ ଜ୍ବର ବ୍ୟାପିବା ରେ ଲାଗିଛି। ସରକାରୀ ଡାକ୍ତରଖାନା ଗୁଡ଼ିକରେ ଜ୍ବର ରୋଗୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ରେ ରୋଗୀଙ୍କ ପାଇଁ ବେଡ ର ସମସ୍ୟା ଯୋଗୁଁ ରୋଗୀ ବାରଣ୍ଡାରେ ଗଡି ଚିକିତ୍ସା ହେଉଛନ୍ତି।
Ad..
ଅନ୍ୟ ଦିଗରେ ଡେଙ୍ଗୁ ସଚେତନତା ପାଇଁ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପ୍ରଚାର ଓ ସଚେତନତା କରାଯାଇଛି ହେଲେ ଦେଖିବା ବେଳେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍ ର ସମସ୍ୟା ରହିଥିଲା ରୋଗୀ ବାହାରୁ ୬୦୦ ଟଙ୍କା ଖର୍ଚ୍ଚ କରି ପରୀକ୍ଷଣ କରାଉଥିଲେ।
ଆଜି ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲା ର ପାଇକମାଳ ଅଂଚଳ ରେ ଜଣେ ଡେଙ୍ଗୁ ରୋଗୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଚିହ୍ନଟ ମଧ୍ୟ ହୋଇଛନ୍ତି ହେଲେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍ ସମସ୍ୟା ଜନସାଧାରଣ ରେ ଆତଙ୍କ ସୃଷ୍ଟି କରିବା ସହ ଜନଅସନ୍ତୋଷ ଦେଖାଦେଇଥିଲା।
ଏ ବିଷୟରେ ଡାକ୍ତରଖାନା ର ଫାର୍ମାସିଷ୍ଟ ଙ୍କୁ ପଚରାଗଲେ ସନ୍ଧ୍ୟା ସୁଦ୍ଧା କିଟ୍ ଉପଲବ୍ଧ ହେବ ଅପେକ୍ଷା କର ବୋଲି କହିଥିଲେ ଯାହା ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ବିଳମ୍ବ ଘଟୁଥିବା ରୁ ଲୋକ ଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଥିଲା।
ଜିଲ୍ଲା ର ସ୍ବାସ୍ଥ୍ୟ ସେବା ଖେତ୍ର ରେ ଜନସାଧାରଣ ଙ୍କ ଜୀବନ ପ୍ରତି ଖେଳ ଖେଳି ବା ବନ୍ଦ କରାଯାଉ ବୋଲି ଆଲୋଚନା ହେଉଥିବା ବେଳେ ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଦେଖାଦେଇଥିବା ଡେଙ୍ଗୁ ପରୀକ୍ଷା କିଟ୍ ଶିଘ୍ର ଯୋଗାଇ ଦେବାକୁ ସାଧାରଣ ରେ ଦାବି ହୋଇଥିଲା ଯାହା ରାତିରେ ପଦ୍ମପୁର ସରକାରୀ ଡାକ୍ତରଖାନା କୁ ୩୦୦ କିଟ୍ ପହଞ୍ଚି ଯାଇଛି ଓ ସକାଳୁ ଆବଶ୍ୟକତା ଥିବା ରୋଗୀଙ୍କ ସେବାରେ ଲାଗିପାରିବ।
Report : Bijay ku sahu
Edited by k.s thakur...



