ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଶୁଭେଚ୍ଛା ଜଣାଇ ନୃସିଂହନାଥ ପୀଠ କୁ ନିମନ୍ତ୍ରଣ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ...
ବରଗଡ଼,୨୮/୦୮ : ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠ କୁ ଆସିବେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥରପାଇଁ ସାଂସଦ ଅଧିବେଶନ କୁ ଯୋଗଦେବା ପାଇଁ ନୂଆଦିଲ୍ଲୀ ଯାଇଥିବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ ଙ୍କୁ ଭେଟି ନୃସିଂହନାଥ ପୀଠ ବିଷୟରେ ଅବଗତ କରିବା ସହ...
Ad..
ନୃସିଂହନାଥ ମହାପ୍ରଭୁ ମାର୍ଯାରକେଶରୀ ଙ୍କ ଫଟୋଚିତ୍ର ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ଆସନ୍ତା ଦିନରେ ବରଗଡ଼ ଜିଲ୍ଲା ର ନୃସିଂହନାଥ ପୀଠ କୁ ଭ୍ରମଣ ଓ ପ୍ରଭୁ ମାର୍ଜାରକେଶରୀ ଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ଯାହା ବରଗଡ଼ ଜିଲ୍ଲା ପାଇଁ ଶୁଭଙ୍କର ବୋଲି ଆଲୋଚନା ହେଉଛି ।
Ad..
ଆଜି ପର୍ଯ୍ୟନ୍ତ ବରଗଡ଼ ସାଂସଦ ଭାବରେ କେହି ଜଣେ ବି ସାଂସଦ କେବେ ପ୍ରଧାନମନ୍ତ୍ରୀ ଙ୍କୁ ସ୍ବତନ୍ତ୍ର ଭାବରେ ଶୁଭେଚ୍ଛା ଜଣାଇନାହାନ୍ତି କି ନୃସିଂହନାଥ ପୀଠ କିମ୍ବା ଏହାର ମହାପ୍ରଭୁ ମାର୍ଯାରକେଶରୀ ଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ଙ୍କୁ ଅବଗତ କରିପାରି ନାହାନ୍ତି ଯାହା ବର୍ତ୍ତମାନ ର ସାଂସଦ ପ୍ରଦୀପ ପୁରୋହିତ ନୃସିଂହନାଥ ମହାପ୍ରଭୁ ମାର୍ଯାରକେଶରୀ ଙ୍କ ଫଟୋଚିତ୍ର ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ନୃସିଂହନାଥ ଗସ୍ତ କାର୍ଯ୍ୟକ୍ରମ ପାଇଁ ଅନୁରୋଧ ସହ ନିମନ୍ତ୍ରଣ ଜଣାଇଛନ୍ତି।
ସାଂସଦ ପ୍ରଦୀପ ପୁରୋହିତ ଙ୍କ ନୃସିଂହନାଥ ପୀଠ ପ୍ରତି ଥିବା ଭକ୍ତି ଓ ଶ୍ରଦ୍ଧା କୁ ନେଇ ସମଗ୍ର ବରଗଡ଼ ଜିଲ୍ଲା ତଥା ପଦ୍ମପୁର ଓ ପାଇକମାଳ ଅଂଚଳ ର ଜନସାଧାରଣ ଖୁସି ପ୍ରକଟ କରିବା ସହ ପ୍ରଶଂସା କରୁଛନ୍ତି।
Report : Bijay ku sahu
Edited by k.s thakur...



