ସ୍କୁଲ ରୁ ଚୋରୀ, ବରଗଡ଼ ଥାନାରେ ମାମଲା ରୁଜୁ...
ବରଗଡ଼,୨୮/୦୮ : ବରଗଡ଼ ସହର ଉପକଣ୍ଠ ବରଡୋଲ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଚୋରି ହୋଇଥିବା ନେଇ ବରଗଡ଼ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ।
Ad..
ସୂଚନା ମୁତାବକ ରବିବାର ଓ ସୋମବାର ଗତ ଦୁଇ ଦିନ ଧରି ସରକାରୀ ଛୁଟି ରହିଥିବାରୁ ବରଡୋଲ ଗ୍ରାମରେ ରହିଥିବା ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ବନ୍ଦ ରହିଥିଲା ଆଜି ମଙ୍ଗଳବାର ପ୍ରତ୍ୟକ ଦିନ ପରି ସକାଳ ୯.୩୦ ଘଣ୍ଟାରେ ସ୍କୁଲ ଖୋଲାଯିବା ପରେ ପ୍ରଧାନ ଶିକ୍ଷୟତ୍ରୀ ଦେଖିବାକୁ ପାଇଥିଲେଯେ ବିଦ୍ୟାଳୟ କୋଠରୀରେ ଲାଗିଥିବା ତାଲା ଭଙ୍ଗା ଯାଇଛି ଓ ଆଲିମିରା ଭାଙ୍ଗିବା ସହିତ ଚାରୋଟି ଫେନ ବିଦ୍ୟାଳୟରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
Ad..
ଏନେଇ ବରଗଡ଼ ଟାଉନ ଥାନାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚିତ୍ରଲେଖା ସାମଲ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇବା ବରଗଡ଼ ଟାଉନ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ ।
Report : Bijay ku sahu
Edited by k.s thakur...



