ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର...
ବରଗଡ଼,୨୮/୦୮ : ପାଇକମାଲ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ପଦମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
Ad..
ଜିଲ୍ଲାପାଳ ଏବଂ ଅତିତିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ, ପଦ୍ମପୁର ଉପଜିଲ୍ଲପାଳ ଆଲୋକ କୁମାର ପଟେଲ ଏବଂ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ନିରୁପମା ଶଡଙ୍ଗୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
Ad..
ସୂଚନା ଯୋଗ୍ୟକି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୧୦୬ ଗୋଟି ଅଭିଯୋଗ ମଧ୍ୟରୁ ୮୦ ଗୋଟି ବ୍ୟକ୍ତିଗତ, ୦୧ ଗୋଟି ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି, ୦୨ ଗୋଟି ରେଡ଼କ୍ରସ ଏବଂ ୨୩ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
Report : Bijay ku sahu
Edited by k.s thakur...



