ବରଗଡ଼ ଚିଚୋଲି -ଭୁକ୍ତା ମହିମାଶ୍ରମ ପରିସରରେ ନବାନ୍ନ ପାଳନ...
ଅମ୍ବାଭୋନା,୧୯/୦୮ : ପଶ୍ଚିମ ଓଡ଼ିଶାର ଦ୍ବିତୀୟ ଯୋରନ୍ଦା ଭାବରେ ପରିଚିତ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଚିଚୋଲି-ଭୁକ୍ତା ମହିମାଶ୍ରମରେ ପଶ୍ଚିମାଞ୍ଚଳ ତଥା ପଡୋଶୀ ଛତିଶଗଡ଼ ରାଜ୍ୟରେ ମହିମାଧର୍ମୀ ସାଧୁସନ୍ଥ,ଜଗତ ଭଗତ,ବଳ୍କଳଧାରୀ ବୈରାଗୀମାନେ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଭଗ୍ନ ମୁତାବକ ନବାନ୍ନ ଭକ୍ଷଣ କରିଥିଲେ।
Ad..
ବ୍ରହ୍ମ ଅବଧୂତ ବିରେନ୍ଦ୍ର କୁମାର ବାବା ମହିମା ଗୋସାଇଁଙ୍କୁ ନବାନ୍ନ ଅର୍ପଣ କରିବା ପରେ ସମସ୍ତ ମହିମାଧର୍ମୀ ଭକ୍ତମାନଙ୍କୁ ପ୍ରସାଦ ଭାବେ ବଣ୍ଟନ କରିଥିଲେ। ଏହି ଅବସରରେ ବିରେନ୍ଦ୍ର କୁମାର ବାବା ,ସାଧୁ ବାଦଲ ଦାସ,କାହ୍ନା ଦାସ,ଅଭୟ ଦାସ,ଦାରୁକ ଦାସ,ଧୃବ ଦାସ, କଶ୍ୟପ ଦାସ, ମହେନ୍ଦ୍ର ତ୍ଯାଗୀ, ନରହରି ତ୍ଯାଗୀ...
Ad..
ସଚିଦା ତ୍ଯାଗୀ ସମେତ ପଶ୍ଚିମାଞ୍ଚଳର ଶତାଧିକ ମହିମା ଧର୍ମ ବିଶ୍ବାସୀ ଭକ୍ତ ଯୋଗଦାନ କରିଥିଲେ। ମହିମା ପୀଠ ର ପରିଚାଳନା କମିଟି ର ସଭାପତି ଡ ଚିନ୍ତାମଣି ପଟେଲ, ସମ୍ପାଦକ ହୃଷୀକେଶ ପଧାନ, ଦାମୋଦର ପଟେଲ,ଧନୀରାମ ପଟେଲ , ରାଜାରାମ ସା,ସୈ।କିଲାଲ ସାହୁ, ବର୍ତ୍ତୁ ସା,କେଶବ ପଧାନ, ଫକୀର ପଧାନ, ପୂର୍ଣ୍ଣଚନ୍ଦ୍ର ପଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।ପୂର୍ବ ଦିନ ସାଧୁସନ୍ଥ ଗହଣରେ ହୋମଯଜ୍ଞ, ଖଞ୍ଜଣି ଆଠ ଭଜନ, ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା।
Report : Bijay ku sahu
Edited by k.s thakur...



