ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ...

ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ...


ବରଗଡ଼,୧୯/୦୮ : ସତ୍ୟ ନାରାୟଣ ପଣ୍ଡା ଙ୍କ ଆହ୍ବାନ କ୍ରମେ ଗୋବିନ୍ଦ ଦାଶ ଙ୍କ ସଭାପତିତ୍ବରେ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୭୫ ମେଟ୍ରିକ୍ ବେଚ ର ସହପାଠୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। 

              Ad..


ଆଗାମୀ ସେପ୍ଟେମ୍ବର ମାସ ୨୯ ତାରିଖ ରବିବାର ଦିନ ନୂଆଖାଇ ଭେଟଘାଟ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।ଏହି ଅବସରରେ ସ୍ବାଧିନ ମହାରଣା ଓ କୁନୁ ବଢେଇ ଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା ।

Ad..


ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ନିର୍ମଳ କିଶୋର କର, ଅଭୟ କୁମାର ଭୋଇ, ଗୋପାଳ ଦାଶ, ଅଶୋକ ପ୍ରଧାନ, ଲଳିତ ବିଶୀ, ବାଳମୁକୁନ୍ଦ ଦାଶ,ଅଶୋକ ପସାଏତ,ଦେବୀ ପଟ୍ଟନାୟକ, ବାସୁଦେବ ପ୍ରଧାନ, କୁନି ମିଶ୍ର, କୃଷ୍ଣ ଚନ୍ଦ୍ର ପଣ୍ଡା, ତାନସେନ ସରାଫ,ଓ ଆହୁରି ଅନେକ ଯୋଗ ଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ ।ଶେଷରେ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post