ଭଟଲି ରେ କୌଶଳ ରଥ ପରିଦର୍ଶନ କଲେ ଛାତ୍ରଛାତ୍ରୀ...
(ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ କୌଶଳ ଦକ୍ଷତା ବୃଦ୍ଧି କରିବ କୌଶଳ ଶିକ୍ଷା)
ଭଟଲି,୧୯।୮- ଆଜିର ବିଜ୍ଞାନ ଯୁଗରେ ଶିକ୍ଷା ବହୁ ଆଗରେ । ପୂର୍ବରୁ ଦଶମ ଶ୍ରେଣୀ ପାସ କରି ସାରିବା ପରେ ଶିକ୍ଷାର୍ଥୀ ମାନେ ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଯୁକ୍ତ ଦୁଇ ଓ ସ୍ନାତକୋତ୍ତର ଶିକ୍ଷା କୁ ଆପଣେଇ ନେଉଥିଲେ । ମାତ୍ର ଏବେ ଯୁଗ ବଦଳିବା ସହିତ ପିଲାଙ୍କ ପାଇଁ ଅନେକ ପାଠ୍ୟକ୍ରମର ସୁଯୋଗ ଆଣିପାରିଛି ।
Ad..
ସେ ଆଇଆଇଟି ହେଉ କିମ୍ବା ପଳିଟେକ୍ନିକ୍, ପିଲାଙ୍କୁ ସବୁଥିରେ ଆଗକୁ ଯିବାକୁ ହେବ । ଘର ଠାରୁ ଆରମ୍ଭ କରି ବିଲବାଡ଼ି ପର୍ଯ୍ୟନ୍ତ ସବୁଥିରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଉନ୍ନତ ମାନର କାର୍ଯ୍ୟ ହାସଲ କରିହେଉଛି ।
Ad..
ତେଣୁ ସମସ୍ତ ଶିକ୍ଷାର୍ଥୀ କୌଶଳ ଶିକ୍ଷା ପ୍ରତି ଆଗେଇ ଆସିବା ଉଚିତ ବୋଲି ବରଗଡ଼ ଜିଲ୍ଲା ଭଟଲି ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ସ୍ବାଗତ କରାଯାଇଥିବା କୌଶଳ ରଥ ପରିଦର୍ଶନ ସମୟରେ ମତ ପ୍ରକାଶ ପାଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ସମଗ୍ର ରାଜ୍ୟ ଭ୍ରମଣ କରି ପିଲାଙ୍କୁ କୌଶଳ ଶିକ୍ଷା ପ୍ରତି ଉତ୍ସାହ ସୃଷ୍ଟି କରିବାର ଏଭଳି ଉଦ୍ୟମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି ।
ବରଗଡ଼ ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିଏସ୍ ଡିଇଓ ବିଦ୍ୟୁତ୍ ପ୍ରଭା ସାହୁ, ଜେଇଓ ବର୍ଷା ସାହୁ, ସିମନ୍ତ ପଣ୍ଡା, ସାର୍ଥକ ପଣ୍ଡା, ଅଶୋକ ଭୋଇ, ଆୟୁଷ ପଧାନ ପ୍ରମୁଖ ଅଂଶଗ୍ରହଣ କରି ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କୁ କୌଶଳ ଦକ୍ଷତା ଭିତ୍ତିକ ଶିକ୍ଷାର ଆଭିମୁଖ୍ୟ ତଥା ଆବଶ୍ୟକତା ଓ ତାର ବ୍ୟାପକତା ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ପୂର୍ବକ ରଥକୁ ସ୍ବାଗତ କରାଯାଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଢାଲେଶ୍ୱରି ପଟେଲ, ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନ, ଅନିମା ବାରିକ, ସ୍ୱପ୍ନା ସାହୁ, ଦେବାନନ୍ଦ ବିଶି, ଲୋକାରାମ ପ୍ରଧାନ, ଅଭୟଜିତ ଭୋଇ, ଜ୍ଞାନରଞ୍ଜନ ସାହୁ, ଗୋବିନ୍ଦ ବାରିକ, ସଞ୍ଜୀବ କୁମାର ଷଡଙ୍ଗୀ, ସିଆରସିସି ସୁଶାନ୍ତ ସୁନା, ଗୁପ୍ତଚନ୍ଦ୍ର ରାୟ, ଶୁକ୍ରୁ ଗରଡ଼ିଆ, ଲୋକନାଥ ମେହେର, ସୁଜିତ ନନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...



