ପଦ୍ମପୁର ଠାରେ ୭୮ ତମ ଉପଖଣ୍ଡୀୟ ସ୍ବାଧୀନତା ଦିବସ ପାଳନ...

ପଦ୍ମପୁର ଠାରେ ୭୮ ତମ ଉପଖଣ୍ଡୀୟ ସ୍ବାଧୀନତା ଦିବସ ପାଳନ...


ବରଗଡ଼,୧୫/୦୮ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ମହା ଆନନ୍ଦ ଉଲ୍ଲାସ ମଧ୍ୟ ରେ ପାଳିତ ହୋଇଯାଇଛି। ଆଜି ଦିନ ୯ ଘଣ୍ଟା ସମୟରେ ରାଜବୋଡାସମ୍ବର ହାଇସ୍କୁଲ ପଡ଼ିଆଠାରେ ମୁଖ୍ଯ ଅତିଥି କୁଣାଳ ମୋତିରାମ ଚୋବନ ଯୋଗଦାନ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । 

             Ad..


ଭାରତୀୟ ସ୍ବାଧୀନତା ସଂଗ୍ରାମ ରେ ଯୋଗଦେଇ ସ୍ବାଧୀନତା ର ଲଢେଇ ପଢିଥିବା ପଦ୍ମପୁର ଅଂଚଳ ର ସଂଗ୍ରାମୀ ମାନଙ୍କ ଦାୟାଦ - ମାନଙ୍କୁ ମୁଖ୍ଯ ଅତିଥି ଉପଢୌକନ ଓ ଗୋଟିଏ ବଉଳ ଚାରା ଉପହାର ଦେଇ ସମ୍ମାନ ପ୍ରଦାନ କରିଥିଲେ । 

ପଦ୍ମପୁର ସହରରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜର ୪୧ ଗୋଟି ପ୍ଲାଟୁନ ମିଳିତ ପ୍ୟାରେଡରେ ଅଭିବାଦନ ଦେଇଥିଲେ। ବିଭିନ୍ନ ଖେତ୍ର ରେ ପାରଦର୍ଶିତା ଲାଭକରିଥିବା ଛାତ୍ର ଛାତ୍ରୀ, ସ୍ବାଧୀନତା ଦିବସ ପାଳନ କମିଟି ତରଫରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଓ ସ୍ବତନ୍ତ୍ର ଭାବରେ ଅନୁଷ୍ଠିତ ହୋଇଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପ୍ରତିଯୋଗୀତା ରେ ଉତ୍ତିର୍ଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟ ରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ, ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ ପ୍ରମୁଖ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି, ପଦ୍ମପୁର ଆଦର୍ଶ ଥାନା ଅଧିକାରୀଣୀ ମମତା ନାଏକ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ଉପଖଣ୍ଡ ଭାରପ୍ରାପ୍ତ ସୂଚନା ଅଧିକାର ମହେନ୍ଦ୍ର ଠାକୁର ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ସହଯୋଗ କରିଥିବା ସମସ୍ତ ସରକାରୀ, ବେସରକାରୀ କର୍ମଚାରୀ, ଅନୁଷ୍ଠାନ, ଭଦ୍ର ବ୍ଯକ୍ତି ମାନଙ୍କୁ ଧନ୍ୟବାଦ ଦେଇଥିଲେ। 

ସେହିପରି ପଦ୍ମପୁର ସରକାରୀ ଡାକ୍ତରଖାନା, ବିଜ୍ଞାପିତ ଅଂଚଳ ପରିଷଦ, ବିଭିନ୍ନ କ୍ଲବ ଠାରେ ମଧ୍ୟ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଛି। ପଦ୍ମପୁର ଏନ୍ ଏ ସି ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଙ୍କ ଉପସ୍ଥିତି ରେ ପଦ୍ମପୁର ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post