ଏବିସିଡି ନୂଆଖାଇ ଭେଟଘାଟ ପ୍ରସ୍ତୁତି ର ବୈଠକ...
ପଦ୍ମପୁର,୧୫/୦୮ : ପଦ୍ମପୁର ର ଅଗ୍ରଣୀ ସର୍ବପୁରାତନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ର ୨୬ ତମ ନୂଆଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଅନିଲ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ତା.୦୮.୦୯.୨୦୨୪ ରିଖ ରବିବାର ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହେବାର ସ୍ଥିରୀକୃତ ହୋଇଛି।
Ad..
ଏହିଦିନ ଅପରାନ୍ହ ୫ଘ. ସମୟରେ ଝାଙ୍କର ଦ୍ୱାରା ମାଁ ସମଲେଲଶ୍ବରୀ ଙ୍କ ପୂଜା, ସମ୍ଭର୍ଦ୍ଧନା ,ଜୁହାରଭେଟ,କବିତା ପଠନ ସାଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବାପାଇଁ ସ୍ଥିରୀକୃତ ହେଲା, କୋଷାଧକ୍ଷ ଶୁରେଶ ମିଶ୍ର ଗତ ବର୍ଷ ର ଆୟ ବ୍ୟୟ ର ବିବରଣୀ ଉପସ୍ଥାପନ କରିଥିଲେ।
ସମ୍ପାଦକ ରଘୁନାଥ ପୁରୀ ବିବରଣୀ ପାଠ କରିଥିଲେ।ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ପ୍ରତାପ ନାଥ, ଶାନ୍ତ ସଂଗ୍ରାମ ଭୋଇ, ସୁମନ୍ତ ସାହୁ, ସହଦେଵ ମେହେର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଆଇନଜୀବୀ ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥଲେ।
Report : Bijay ku sahu
Edited by k.s thakur...


