ବରଗଡ଼ ବୀର ଛକ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳନ...
ବରଗଡ଼,୧୫/୦୮ : ମାଧୋ ସିଂ ସ୍ମୃତି ଥିବା ବୀର ଛକ ବରଗଡ଼ ଠାରେ ସଂକଳ୍ପ ପରିବାର ଓ ବରଗଡ଼ ଶହୀଦ ସ୍ମୃତି ସମିତି ତରଫରୁ ୭୮ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦାନ କରି ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଶହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।
Ad..
ଭାରତ ସ୍ୱାଧୀନତାରେ ସାରା ଭାରତ ବର୍ଷରେ ବିରଳ ସ୍ୱାଧୀନତା ସଂଗ୍ରାମୀ ଘେସଁ ଜମିଦାର ଶହୀଦ ମାଧୋ ସିଂ ଓ ତାଙ୍କ ପରିବାର ବିଷୟରେ ଆଲୋଚନା କରିଥିଲେ ଅଥୀଙ୍କ ମଧ୍ୟରେ ଶହୀଦ ମାଧୋ ସିଂ ଙ୍କ ଜୀବନୀକୁ ପାଠ୍ୟ ପୁସ୍ତକର ସ୍ଥାନ ଦେବା ପାଇଁ ମୁଖ୍ୟତଃ ଦାବୀ ଉଠିଥିଲା ।
ଆଜିର ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଭୁତପୂର୍ବ ସୈନିକ ସଙ୍ଘ, ସାମ୍ବାଦିକ ସଙ୍ଘ, ବରିଷ୍ଠ ନାଗରିକ ସଙ୍ଘ, କୋଶଳ ସେନା,ପଶ୍ଚିମ ଓଡିଶା ଯୁବା ମଞ୍ଚ, ମହେସ୍ବେରୀ ନର୍ଷିଙ୍ଗ କଲେଜର ଛାତ୍ର, ଛାତ୍ରୀ ତଥା ଅନେକ ବୁଦ୍ଧିଜୀବୀ, ସମାଜସେବୀ ସ୍ବାଧୀନତା ଦିବସ ପାଳନ ପାଇଁ ସାମିଲ ହୋଇଥିଲେ ।
Report : Bijay ku sahu
Edited by k.s thakur...


