ସ୍ଵାଧୀନତା ସଂଗ୍ରାମୀ ଗଙ୍ଗାଧର ସରାଫ ସେବା ସଂଘ ଆନୁକଲ୍ୟରେ ୭୮ ତମ ସ୍ବାଧିନତା ଦିବସ ପାଳିତ...

ସ୍ଵାଧୀନତା ସଂଗ୍ରାମୀ ଗଙ୍ଗାଧର ସରାଫ ସେବା ସଂଘ ଆନୁକଲ୍ୟରେ ୭୮ ତମ ସ୍ବାଧିନତା ଦିବସ ପାଳିତ...


ବରଗଡ଼,୧୫/୦୮ : ଆଜି ସ୍ଥାନୀୟ ୱା. ନଂ ୧୮ , ବାନ୍ଦୁଟିକ୍ରା, ବରଗଡ ଠାରେ ୭୮ ତମ ସ୍ବାଧିନତା ଦିବସ ସ୍ଵାଧୀନତା ସଂଗ୍ରାମୀ ଗଙ୍ଗାଧର ସରାଫ ସେବା ସଂଘ ଆନୁକଲ୍ୟରେ ପାଳିତ ହୋଇ ଯାଇଛି, ସଂଘ ର ସଭାପତି କୁଞ୍ଜ ବିହାରି ସାହୁ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ପରେ ଶ୍ରୀ ସାହୁ ଙ୍କ ସଭାପତିତ୍ବ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। 

        Ad..


ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର କାର୍ଯ୍ୟ କାରି ସଭାପତି ଡ. ଜଗଦୀଶ ମିଶ୍ର, ସହ ସଂପାଦକ ବିମଳ କୁମାର ଦାଶ, କୋଷା ଧକ୍ଷ ଦୀନବନ୍ଧୁ ସ୍ୱାଇଁ ଆଦି ମଞ୍ଚାସିନ ହୋଇ ଥିଲେ। ଶ୍ରୀ ସାହୁ ନିଜ ବକ୍ତବ୍ୟ ରେ ସ୍ବାଧିନତା ଆନ୍ଦୋଳନ ରେ ସ୍ୱର୍ଗତ ଗଙ୍ଗାଧର ସରାଫ ଙ୍କ ଭୂମିକା ଉପରେ କହିଥିଲେ। 

ଡ. ମିଶ୍ର ସ୍ବାଧିନତା ର ମହତ୍ତ୍ଵ ଉପରେ ନିଜ ବକ୍ତବ୍ୟ ରଖିଥିଲେ, ପରେ ସ୍ଥାନୀୟ ଘୁଲି ପାଳି, ବାନ୍ଦୁଟିକ୍ରା ଉ. ପ୍ରା ବିଦ୍ୟାଳୟ ଓ ମୋର୍ଦେନ୍ ପବ୍ଲିକ ସ୍କୁଲ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନ ଙ୍କୁ ସଭାପତି ମାନପତ୍ର ପ୍ରଦାନ କରିଥଲେ। 

ସହ ସମ୍ପାଦକ ବିମଳ କୁମାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ ଏହି ଅବସର ରେ ବେଲାଲ ସେନ ସରାଫ, ପାଣ୍ଡବ କର୍ଣ୍ଣ, ଶକ୍ତି ସେନ ସରାଫ,ମାନଭଞ୍ଜନ ସାହୁ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବା ରେ ସହଯୋଗ କରିଥିଲେ




Report : Bijay ku sahu

Edited by k.s thakur...

Post a Comment

Previous Post Next Post