ନିଗମାନନ୍ଦ୍ ବିହାର ଗଳି ନ ୭ ରେ ନାଟକିୟ ଡକାୟତି...

ନିଗମାନନ୍ଦ୍ ବିହାର ଗଳି ନ ୭ ରେ ନାଟକିୟ ଡକାୟତି...


ବରଗଡ଼,୧୬/୦୮ : ବରଗଡ଼  ନିଗମାନନ୍ଦ ବିହାର ଗଳି ନ ୭ ରେ ରେ ଗୁରୁବାର ସନ୍ଧ୍ୟା ୬ ୩୦ ରୁ ୭ ଘ ମଧ୍ୟରେ ସ୍ବର୍ଗତ ଦିଲ୍ଲୀପ ସାହୁ ଙ୍କ ଘରୁ ଡକାୟତି ହୋଇଥିବା ଜଣା ପଡ଼ିଛି । ସ୍ବର୍ଗତ ଦିଲ୍ଲୀପ ସାହୁ ଙ୍କ ମୃତ୍ୟୁ ପରେ ତାଙ୍କର ଧର୍ମ ପତ୍ନୀ ଓ ଦୁଇ ଝିଅ ଘରେ ଘରେ ରହୁଥିଲେ ।

          Ad..


ତେବେ କୌଣସି କାର୍ଯ୍ୟରେ ମାଆ ଓ ଗୋଟିଏ ଝିଅ ଭଟଲି ଛକ କୁ ଯିବା ବେଳେ ତାଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ଦୁଇ ଜଣ ମୁଖାଧାରି କଳିଙ୍ଗ ବେଲ ଦେଇଥିଲେ ।ଘର ଭିତରେ ଥିବା ଝିଅ କବାଟ ଖୋଲିବାରୁ ତାକୁ କପଡା ଗୁଡେ଼ଇ ବାନ୍ଧି ଦେଇ ଘରେ ଥିବା ଗହଣା ଅଳଙ୍କାର ନେଇ ଯାଇଥିଲେ ।

ତେବେ ମାଆ ଓ ଝିଅ ବଜାର ରୁ ଫେରିବା ପରେ ନିଜ ଝିଅ ବନ୍ଧା ଅବସ୍ଥା ରେ ଦେଖି ପୋଲିସ କୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କାର୍ଯ୍ୟ ଚଳାଇଥିବା ଜଣା ପଡ଼ିଛି ।ତେବେ ଏଭଳି ଏକ ଡକାୟତି ଘଟଣା ସମସ୍ତ ଙ୍କୁ ଚକିତ କରିଥିବା ବେଳେ ତଦନ୍ତ ପରେ ସବୁ ଘଟଣା ଜଣା ପଡ଼ିବ ବୋଲି ପୋଲିସ କହିଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post