ଗୋଇମୁଣ୍ଡ ରେ ୭୮ ତମ ସ୍ବାଧୀନତା ଦିବସ ପାଳିତ...
ବଙ୍ଗୋମୁଣ୍ଡା,୧୬/୦୮ : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୮ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ନାରାୟଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।
Ad..
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପ ଅଭିଭାଷଣ ରେ ସ୍ବାଧୀନତା ସଂଗ୍ରାମୀ ଏବଂ ସ୍ଵାଧୀନତାର ବଳିଦାନର ଗାଥା,ଦେଶ ପ୍ରେମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ବିଦ୍ୟାଳୟର ଛାତ୍ର ତୋଫାନ ସାହୁ ବକ୍ତବ୍ୟ ରଖିଥିଲେ।ପରେ ଛାତ୍ର ଛାତ୍ରୀ ମାନେ ବସ୍ତି ପରିକ୍ରମା କରିଥିଲେ।ସହକାରୀ ଶିକ୍ଷକ ଟିକେରାମ ଭୋଇ ସହଯୋଗ କରିଥିଲେ।ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା।
Edited by k.s thakur...


