ଛାତ୍ର ଛାତ୍ରୀ ପାଳିଲେ ଜାତୀୟ ମହାକାଶ ଦିବସ...

ଛାତ୍ର ଛାତ୍ରୀ ପାଳିଲେ ଜାତୀୟ ମହାକାଶ ଦିବସ...


ବରଗଡ଼,୨୩/୦୮ : ବରଗଡ଼ ରାଣା ପ୍ରତାପ ସ୍କୁଲ ରେ ଜାତୀୟ ମହାକାଶ ଦିବସ ପାଳନ ଅବସର ରେ ଚନ୍ଦ୍ରଯାନ ଉତ୍ସବ ଅନୁଷ୍ଟିତ ହୋଇ ଯାଇଛି। 

             Ad..


ବିଜ୍ଞାନ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚନ୍ଦ୍ରୟାନ୍ ସମ୍ପର୍କିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିବା ବେଳେ ଉକ୍ତ ପ୍ରତିଯୋଗିତା ରେ କନିଷ୍ଟ ବିଭାଗ ରେ ଆୟୁଷ ମହାନନ୍ଦ  ପ୍ରଥମ ସ୍ଥାନ ଓ ସାଳୀନି ସା ଦ୍ବିତୀୟ ସ୍ଥାନ ସ୍ୱୟଂ ସିଦ୍ଧ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।  

           Ad..


ବରିଷ୍ଟ ବିଭାଗ ରେ ଛାତ୍ରୀ ପ୍ରାଚୀ ଭୋଷାଗର୍ ଦ୍ବିତୀୟ ଅଶ୍ଳେଷା ମହାନନ୍ଦ ତୃତୀୟ କାହ୍ନା ବାରିକ ଓ ଦେବାନନ୍ଦ ସର୍ଭାଂ ଙ୍ଗ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ । ଏହି ଅବସର ରେ ୨୦୨୩ ମସିହା ଅଗଷ୍ଟ ମାସ ୨୩ ତାରିଖ  ଚନ୍ଦ୍ରୟାନ -୩  ର ସଫଳ ଅବତରଣ ର ସଂକ୍ଷିପ୍ତ ଭିଡିଓ ପ୍ରଦର୍ଶିତ ହୋଇଥିଲା । 

କାର୍ଯ୍ୟକ୍ରମ ପରିଚାଳନା ରେ ଜ୍ୟୋତି ବେହେରା ,ବବିତା ନାଏକ ଦୀପିକା କୁଲୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post