ଗୁରୁ ଭଗବାନ ସାହୁଙ୍କ ନାଟକ ଅନୁଷ୍ଠାନ ର ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ...

ଗୁରୁ ଭଗବାନ ସାହୁଙ୍କ ନାଟକ ଅନୁଷ୍ଠାନ ର ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ...


ବରଗଡ଼,୨୩/୦୮ : ଆଜି ବରଗଡ଼ ଜିଲ୍ଲା ବରପାଲି ନିକଟସ୍ଥ ବଡ଼ଗାଁ ଗ୍ରାମରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ପ୍ରସିଦ୍ଧ ନାଟକ ଅନୁଷ୍ଠାନ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ ଭଗବାନ ପାର୍ଟି କୁମ୍ଭାରୀ ର ନିରବଚ୍ଛିନ୍ନ ୭୫ ବର୍ଷ ହୀରକ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ (ଭାଗବତିଆ) ଙ୍କ ସଭାପତିତ୍ବରେ ବିଶିଷ୍ଟ କବି ଚଳଚ୍ଚିତ୍ର ପ୍ରଯୋଜକ କଣ୍ଠଶିଳ୍ପୀ ନିସାର ଅହମ୍ମଦ ନିସାର ଙ୍କ ଗୁରୁ ବନ୍ଦନା ପରେ ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ଓ ପ୍ରାକ୍ତନ ଅଧ୍ୟକ୍ଷ ଟେକ ଚାନ୍ଦ ଦୁଆନ ଓ ମହେନ୍ଦ୍ର କୁମାର ମେହେରଙ୍କ ସଂଯୋଜନା ରେ  ଅନୁଷ୍ଠିତ ହୋଇଯାଇଅଛି । 

              Ad..


ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ସମ୍ମାନିତ ଅତିଥି ଡ. ତପସ୍ଵିନୀ ଗୁରୁ, ମୁଖ୍ୟ ବକ୍ତା ବରିଷ୍ଠ ନାଟ୍ୟକାର ନିର୍ଦ୍ଦେଶକ ନାଟ୍ୟଶ୍ରୀ  ଗଦାଧର ବାରିକ  ଯୋଗଦେଇ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୂଆଖାଇ ପାଳନର ମହାନାୟକ ଲୋକ ମହୋତ୍ସବ ର ଜନକ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଉପରେ ଗୁରୁତ୍ବପୂର୍ଣ ମତାମତ ଦେବା ସହିତ ଗୁରୁ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ହୀରକ ଜୟନ୍ତୀ କୁ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ବର୍ଷ ତମାମ କାର୍ଯକ୍ରମ ପାଇଁ  ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା  ନିଷ୍ପତ୍ତି ନିଆଯାଇଥିଲା । 

Ad..


ଅନ୍ୟମାନଙ୍କ ମଧ୍ୟରେ ବରପାଲି ସ୍ମୃତି କମିଟି ସଭାପତି ସୁବଳ ଚନ୍ଦ୍ର ମାଝୀ,ନିରଞ୍ଜନ ମେହେର,ଛବିଳ ପ୍ରଧାନ, ଉଦ୍ଧବ ବାରିକ,ବିମଳ କୃଷ୍ଣ ମିଶ୍ର, ତୁଳସୀ ଚରଣ ଦାଶ, ପଦ୍ମ ଲୋଚନ ସାହୁ, କ୍ଷୀରୋଦ କୁମାର ଦାଶ ପ୍ରମୁଖ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରୁ ସୁରେନ୍ଦ୍ର ବୀର ଭୁବନ ଭୋଇ ଉଦ୍ଦେଶ୍ୟ ଜ୍ଞାପନ ଏବଂ ଆୟୋଜନ କରିଥିଲେ। ଶେଷରେ ବରିଷ୍ଠ ବେତାର କଣ୍ଠ ଶିଳ୍ପୀ ବିରେନ୍ଦ୍ର ନାଥ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post