ପବିତ୍ର ଗଣ ପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ ...
ପାଇକମାଲ ,୨୩/୮ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ବିରାଜମାନ ମହାପ୍ରଭୁ ମାର୍ଜ୍ୟରକେଶରୀ ଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ ,ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ ଦ୍ୱାରା ଲଗ୍ନ ଧାର୍ଯ୍ୟ କରାଯାଇଛି ।
Ad..
କୁଳ ପୁରୋହିତ ସୁନୀଲ ପୁରୋହିତ ଓ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ମାସ ଆଠ ତାରିଖ ରବିବାର ଦିନ ସକାଳ ନଅ ଘଣ୍ଟା ନଅ ମିନିଟ ତେତିଶ ସେକେଣ୍ଡ ରୁ ନଅ ଘଣ୍ଟା ଚବିଶ ମିନିଟ ଅଠର ସେକେଣ୍ଡ ମଧ୍ୟରେ ରୀତିନୀତି ଅନୁସାରେ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀ ମାନଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ।
Ad..
ଆଜି ନବାନ୍ନ ଲଗ୍ନ ଧାର୍ଯ୍ୟ ଅବସରରେ ଆୟୋଜିତ ବୈଠକରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ର ସଭାପତି ସର୍ବଶ୍ରୀ ଗିରିଶ ଚନ୍ଦ୍ର ନାୟକ , ମାତୃ ପ୍ରସାଦ ରଥ ,ଡିଗ୍ରୀଧର ଦେବତା , ରଂକମଣି ଦେବତା, ପ୍ରେମାନନ୍ଦ ଦେବତା ,ସତ୍ୟଭୂଷଣ ପୁରୋହିତ, ନୃସିଂହ ହୋତା,ସୁଜ୍ଞାନ୍ତ ତ୍ରିପାଠୀ ଓ ସୁବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



