ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ ପରେ ବି ସୁଧୁରି ନାହିଁ ପଦ୍ମପୁର ସରକାରୀ ଡାକ୍ତରଖାନା...

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ ପରେ ବି ସୁଧୁରି ନାହିଁ ପଦ୍ମପୁର ସରକାରୀ ଡାକ୍ତରଖାନା...


ବରଗଡ଼,୨୩/୦୮ : ସାମାନ୍ୟ ବର୍ଷା ହେଲେ ସରକାରୀ ଡାକ୍ତରଖାନା ଛାତରୁ ଗଲୁଛି ପାଣି । ବରଗଡ଼ ଜିଲ୍ଲା ର ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଏଭଳି ସବୁ ସମସ୍ୟା ଗୁରୁତର ହେବାକୁ ଲାଗିଛି। ଆବଶ୍ୟକତା ଥିବା ଡାକ୍ତର କିମ୍ବା ନର୍ସ ଙ୍କ ସମସ୍ୟା ରହିଛି ତାହା ନୁହେଁ। 

             Ad..


ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଏକ୍ସରେ ମେସିନ ଅଛି ହେଲେ ଟେକନିସିଆନ ନାହାନ୍ତି। ଔଷଧ ଅଛି ହେଲେ ଫାର୍ମାସିଷ୍ଟ ଙ୍କ ଆବଶ୍ୟକତା ରହିଛି, ଯନ୍ତ୍ର ପାତି ଅଛି ହେଲେ ସ୍ପେସାଲିଷ୍ଟ ଡାକ୍ତର ପଦବୀ ଖାଲି ପଡିଛି। ଫାଇଭଟି କାମ ହୋଇଛି ହେଲେ ପଛାତରୁ ପାଣି ଲଗୁଛି। 

Ad..



ଏଭଲି ଅନେକ ସମସ୍ୟା ରେ ପଦ୍ମପୁର ଉପଖଣ୍ଡୀୟ ସରକାରୀ ଡାକ୍ତରଖାନା ଗତି କରୁଥିଲେବି ଆବଶ୍ୟକତା ଥିବା ରଖ୍ଯଣା ବେକ୍ଷଣ ଓ ଡାକ୍ତର ଓ ଷ୍ଟାଫ୍ ଙ୍କ ସମସ୍ୟା ଯୋଗୁଁ ଜନସାଧାରଣ ଆବଶ୍ୟକତା ଥିବା ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ତ ସମସ୍ୟାକୁ ନେଇ ଗୁହାରି କଲେ କେହି ଶୁଣୁ ନାହାନ୍ତି। 

ଗତ ଏକମାସ ତଳେ ୧୭ ଜୁଲାଇ ୨୦୨୪ ଦିନ ପଦ୍ମପୁର ସହରରେ ପାଠ ପଢି ଲାଳନପାଳନ ହୋଇଥିବା ଓଡ଼ିଶା ର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଦ୍ମପୁର ଗସ୍ତରେ ଆସିଥିଲେ ‌। ପଦ୍ମପୁର ଜନସାଧାରଣ ଙ୍କ ତରଫରୁ ମନ୍ତ୍ରୀ ଙ୍କୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦିଆଗଲା । 

ସ୍ଥାନୀୟ ରାଜାଜୀ ଟାଉନ୍ ହଲ୍ ଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଆଶା କରି ପାରିନଥିବା ବିରାଟ ସ୍ବାଗତ ସମ୍ବର୍ଦ୍ଧନା ଦିଆଗଲା ଯାହା ର ପ୍ରତିବଦଳରେ ପଦ୍ମପୁରବାସୀ ସ୍ବାସ୍ଥ୍ୟ ଖେତ୍ର ରେ ପଦ୍ମପୁର ସରକାରୀ ଡାକ୍ତରଖାନା ର କିଛି ପରିବର୍ତ୍ତନ ର ଆଶା ରଖିଥିଲେ ହେଲେ କିଛି ପରିବର୍ତ୍ତନ ହେଲାନାହିଁ। ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମ ର ଏକମାସ ଅତିବାହିତ ହେଲା ବିଧାନସଭା ବସି ଏବେ ବିଧାନସଭା ସରିବା ଉପରେ ରହିଛି ହେଲେ କୈାଣସି ଗୋଟିଏ ପରିବର୍ତ୍ତନ ଜନସାଧାରଣ ଦେଖିବାକୁ ପାଇଲେ ନାହିଁ। 

ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତରଖାନା ପରିଦର୍ଶନ ସମୟରେ ଗଣମାଧ୍ୟମରେ କହିଥିଲେ ଯେ ପଦ୍ମପୁର ଡାକ୍ତରଖାନାକୁ ଏକ ଶବବାହକ ଯାନ ୨୪ ଘଣ୍ଟା ମଧ୍ୟରେ ଯୋଗାଇଦେବେ ହେଲେ ୨୪ ଘଣ୍ଟା ତ ଦୂରର କଥା ୪୮ ଘଣ୍ଟା ଭିତରେ ଶବବାହକ ପହଞ୍ଚି ପାରିଲା ନାହିଁ। ଦୁଇଦିନ ପରେ ବରଗଡ଼ ରୁ ଏକ ପୁରୁଣା ଗାଡ଼ି ପହଞ୍ଚିଲା ଯାହା ଆଜି ବି କାମରେ ଲାଗୁନାହିଁ। 

ପଦ୍ମପୁର ଜନସାଧାରଣ ଙ୍କ ବିଶ୍ବାସ ଥିଲା ଯେ ସରକାରୀସ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ନୂଆ ଶବବାହକ ଗାଡି ପଦ୍ମପୁର ଡାକ୍ତରଖାନାକୁ ଯୋଗାଇଦେବେ ହେଲେ ଦେଖିଲା ବେଳେ କୁ ସବୁ ଫୁସକି ଯାଇଛି। ଯେଉଁ ଅବସ୍ଥା କୁ ସେହି ଅବସ୍ଥାରେ ରହିଛି ପଦ୍ମପୁର ଡାକ୍ତରଖାନା ।  ସ୍ବାସ୍ଥ୍ୟ ମନ୍ତ୍ରୀ ଗସ୍ତ ର ଏକମାସ ଅତିବାହିତ ହେବା ପରେ ଜନସାଧାରଣ ରେ ଏବେ ନାନା କଥା ଆଲୋଚନା ଓ ସମାଲୋଚନା ହେବାରେ ଲାଗିଛି।




Report : Bijay ku sahu

Edited by k.s thakur...




Post a Comment

Previous Post Next Post