ବରଗଡ଼ ଗାନ୍ଧୀ ଛକ ରେ ବିଜେପି ବିରୁଦ୍ଧ ରେ ଗର୍ଜିଲା ବିଜେଡି...
(ସବୁ ବର୍ଗ ର ଭତ୍ତାଧାରୀ ଙ୍କ ବର୍ଦ୍ଧିତ ଭତ୍ତା କୁଆଡେ ଗଲା ? - ଦେବେଶ ଆଚାର୍ଯ୍ୟ)
ବରଗଡ଼,୨୨/୦୮ : ବରଗଡ଼ ଗାନ୍ଧୀ ଛକ ଠାରେ ବିଜେଡ଼ି ତରଫରୁ ବିଜେପି ବିରୁଦ୍ଧରେ ଆନ୍ଦୋଳନ।ବିଜେଡି ପକ୍ଷ ରୁ କୁହାଯାଇଛି ଯେ ନିର୍ବାଚନ ସମୟ ରେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେପି ନେତ୍ରୁ ମଣ୍ଡଳୀ ଓଡ଼ିଶା ଜନ ସାଧାରଣ ଙ୍କୁ ପ୍ରତି ବର୍ଗ ର ଭତ୍ତାଧାରି ଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ସୁଭଦ୍ରା ଯୋଜନା ରେ ପ୍ରତି ମହିଳା ଙ୍କୁ ୫୦ ହଜାର ଟଙ୍କା, ଧାନ ର ସହାୟକ ମୂଲ୍ୟ ୩୧ ଶହ ଟଙ୍କା ବୃଦ୍ଧି ଭଳି ଅନେକ ସୁନେଲି ସ୍ବପ୍ନ ଦେଖାଇବା ସହ ଫମ୍ପା ଓ ମିଥ୍ୟା ପ୍ରତିଶୃତି ଦେଇ କ୍ଷମତା ହାତେଇ ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଗଠନ କଲେ।
Ad..
ମାତ୍ର କ୍ଷମତା କୁ ଆସିବାର ତିନି ମାସ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ର ରୂପ ରେଖ ସ୍ପଷ୍ଟ କରି ପାରି ନ ଥିବା ବେଳେ ସବୁ ବର୍ଗ ର ଭାତ୍ତାଧାରି ଙ୍କ ଭତ୍ତା କୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ନ କରି କେବଳ ୮୦ ବର୍ଷ ରୁ ଉର୍ଦ୍ଧ୍ବ ବୟସ ହିତାଧିକାରୀ ଓ ଶତକଡ଼ା ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ଡିବ୍ୟାଙ୍ଗ ମାନଙ୍କ ପାଇଁ ୩୫୦୦ ଟଙ୍କା ଘୋଷଣା କରି ନିର୍ବାଚନ ପ୍ରତିଶ୍ରୁତି ପାଳନ ରେ ସମ୍ପୂର୍ଣ ବିଫଳ ହୋଇ ରାଜ୍ୟ ସରକାର ଓଡ଼ିଶା ଜନ ସାଧାରଣ ଙ୍କୁ ପ୍ରତାରିତ କରିଛନ୍ତି ।
Ad..
ତେଣୁ ନିର୍ବାଚନ ସମୟ ରେ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତା କୁ ଆସିଥିଲେ ଡବଲ ଇଞ୍ଜିନ ସରକାର ତୁରନ୍ତ ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି ବରଗଡ଼ ଗାନ୍ଧୀ ଛକ ଠାରେ ବରଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜନ ସଚେତନତା ସମାବେଶ ରେ ବିଜେପି ବିରୁଦ୍ଧରେ ବିଜେଡି ଗର୍ଜନ କରିଛି ।
ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ରାଜ୍ୟ ରେ ପରିଚାଳିତ ଡବଲ ଇଞ୍ଜିନ ସରକାର ର ଜନ ସାଧାରଣ ଙ୍କ ପ୍ରତି ହୋଇଥିବା ଧୋକା ର ଖୁଲସା କରିବା ସହ ବିଜେପି ଇସ୍ତାହାର ରେ ଦେଇଥିବା ପ୍ରତିଶୃତି ମୁତାବକ କାର୍ଯ୍ୟ ନ କରି ଜନ ସାଧାରଣ ଙ୍କ ଭାବାବେଗ ସହିତ ଖେଳି ଥିବାରୁ ଆଗାମୀ ଦିନ ରେ ଡବଲ ଇଞ୍ଜିନ ସରକାର କୁ ଓଡ଼ିଶା ର ଜନ ସାଧାରଣ ଉଚିତ୍ ଜବାବ ଦେବେ ବୋଲି ଉଲ୍ଲେଖ କରି ବିଜେଡି ପ୍ରତି ୱାର୍ଡ ପ୍ରତି ପଞ୍ଚାୟତ ରେ ବିଜେପି ର ମିଥ୍ୟା ପ୍ରତିଶ୍ରୁତି ବାବଦ ରେ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଉଲ୍ଲେଖ କରିଥିଲେ।
ଏହି ଅବସର ରେ ପୌର ଅଧ୍ୟକ୍ଷା କଳ୍ପନା ମାଝୀ , ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ ଟାଉନ ବିଜେଡି ସଭାପତି କିଶୋର ମିଶ୍ର ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ,ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା , ଜିତୁ ଭୋଇ,ହିମାଂଶୁ ଦାଶ ବିଜେଡି ନେତ୍ରୀ ଅନୁରାଧା ଅଗ୍ରୱାଲ କାଉନସିଲର ଉମାଚରଣ ରାଉତ ଙ୍କ ସମେତ ସମସ୍ତ ସରପଞ୍ଚ ଓ ପୌର ପରିଷଦ ର ସମସ୍ତ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



