ପଦ୍ମପୁର ଉପଖଣ୍ଡ ରେ ଡେଙ୍ଗୁ ଚିହ୍ନଟ : ପାଇକମାଳ ରେ ଜଣେ ମୃତ ପଦ୍ମପୁର ରେ ଜଣେ ଚିକିତ୍ସିତ...
ବରଗଡ଼,୨୨/୦୮ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ବ୍ୟାପୁଛି ଡେଙ୍ଗୁ। ଗତ ଦୁଇଦିନ ଭିତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଜଣା ପଡିଛି। ପଦ୍ମପୁର ଉପଖଣ୍ଡ ଅଂଚଳ ରେ ଏବେ ଥଣ୍ଡା, ଜ୍ବର,କାଶ ଯୋର ଧରିଛି।
Ad..
ବହୁ ଗାଁ ରେ ଜ୍ଵର ଦେଖାଦେଇଛି। ଲୋକମାନେ ଔଷଧ ଖାଇ ସୁସ୍ଥ ହେଉଥିବା ବେଳେ କେତେକ ଲୋକ ଡାକ୍ତରଖାନା ରେ ଭର୍ତ୍ତି ହେଉଛନ୍ତି। ଏବେ ପଦ୍ମପୁର ଓ ପାଇକମାଳ ଅଂଚଳ ରେ ଡେଙ୍ଗୁ ଜ୍ବର ଦେଖା ଦେଲାଣି। ଗତ କାଲି ପାଇକମାଳ ସାଲେପାଲି ଗାଁ ର ମିନକେତନ ପ୍ରଧାନ ବୟଷ ୪୦ ପ୍ରବଳ ଜ୍ବର ହେବାରୁ ଘରେ ଚିକିତ୍ସା ହେଉଥିଲେ।
Ad..
ଜ୍ବର ନ ଛାଡ଼ିବାରୁ ନୂଆପଡ଼ା ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ ଡେଙ୍ଗୁ ଚିହ୍ନଟ ପରେ ରାୟପୁର ର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସା ହେଉଥିଲେ ଗତକାଲି ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି।
ସେହିପରି ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାପରେ ପଦ୍ମପୁର ଏନ୍ ଏ ସି ତରଫରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ବିଭିନ୍ନ ସାହିକୁ ସାହି ବୁଲି ମଶାମରା ଗ୍ଯାସ ପ୍ରୟୋଗ କରାଯାଉଛି।
Report : Bijay ku sahu
Edited by k.s thakur...



