ଦଧିବାମନ ସ୍ନାତକ ମହାବିଦ୍ୟାଳୟ ଏବଂ ଗଣ ଦୃଷ୍ଟି ମିଡ଼ିଆ ପକ୍ଷରୁ ଭଟଲି କଲେଜ ରେ ଗଣଦୃଷ୍ଟି ପାଠଶାଳା ଅନୁଷ୍ଠିତ...

ଦଧିବାମନ ସ୍ନାତକ ମହାବିଦ୍ୟାଳୟ ଏବଂ ଗଣ ଦୃଷ୍ଟି ମିଡ଼ିଆ ପକ୍ଷରୁ ଭଟଲି କଲେଜ ରେ ଗଣଦୃଷ୍ଟି ପାଠଶାଳା ଅନୁଷ୍ଠିତ...


ବରଗଡ଼,୨୩/୦୮ : ଦଧିବାମନ ସ୍ନାତକ ମହାବିଦ୍ୟାଳୟ ଏବଂ ଗଣ ଦୃଷ୍ଟି ମିଡ଼ିଆ ପକ୍ଷରୁ ଭଟଲି କଲେଜ ରେ ଗଣଦୃଷ୍ଟି ପାଠଶାଳା ଅନୁଷ୍ଠିତ ହୋଇ ଯାଇଛି । "ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ଓ ଆମର ଭବିଷ୍ୟତ" ଶୀର୍ଷକ ଏହି ପାଠ ଶାଳା କୁ ପରିବେଶ ପ୍ରେମୀ  ସିନ୍ଧୁ ନନ୍ଦିନୀ ଆଚାର୍ଯ୍ୟ ଉଦ୍ଘାଟନ କରିଥିଲେ।

                Ad..


ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ୟାମଲାଲ ନାୟକ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗଣଦୃଷ୍ଟିର ମିଡ଼ିଆ ର ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ବିଶ୍ୱାଳ ସଭାର ଉଦ୍ଦେଶ୍ୟ ଓ ସୂଚନା ଜ୍ଞାପନ କରିଥିଲେ। ମୁଖ୍ୟ ଆଲୋଚକ ଭାବରେ ଗ୍ରୀନ ନୋବେଲ ପୁରସ୍କାର ବିଜେତା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦାନ ପୂର୍ବକ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ୱତାପନର କାରଣ, ପ୍ରଭାବ ଓ ନିରାକରଣ ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ। 

         Ad..


ଅନ୍ୟତମ ଆଲୋଚକ  ବିଶିଷ୍ଟ ପରିବେଶ କର୍ମୀ ଲିଙ୍ଗରାଜ     ଗନ୍ଧମାର୍ଦ୍ଦନ ସୁରକ୍ଷାର ଦୃଷ୍ଟାନ୍ତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ନୂଆଗଡ଼ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ  ସୁଶୀଳ କୁମାର ସାହୁ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବୃକ୍ଷରୋପଣ ଓ ବନୀକରଣ କିପରି ରୋକିପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। 

ଓଡ଼ିଆ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିବାବେଳେ ବହୁଳ ମାତ୍ରାରେ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post