ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ ମୁରିବାହାଲ ସାମ୍ବାଦିକ ସଂଘକୁ ସମ୍ମାନିତ...
ମୁରିବାହାଲ , ୨୫/୦୮ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ କଣ୍ଟାବାଞ୍ଜି ଠାରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ମାନିତ କରାଯାଇଛି ।
Ad..
କଣ୍ଟାବାଞ୍ଜି ର ଗୋଟିଏ ହୋଟେଲ ରେ ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ଏବଂ ଏମଏମଆଇ ନାରାୟଣ ରାୟପୁର ହସ୍ପିଟାଲ ପକ୍ଷରୁ ହୃଦ ରୋଗ ବିଷୟକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓ ଯୋଗ ଦେଇଥିବା ବେଳେ ଏମଏମଆଇ ନାରାୟଣ ରାୟପୁର ହସ୍ପିଟାଲ ବରିଷ୍ଠ ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ଶେଖର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କାହିକି ହୃଦୟ ରୋଗ ହୋଇଥାଏ ।
Ad..
ଆମେ ଦୈନନ୍ଦିନ ଜୀବନରେ କଣ ସବୁ ପରିବର୍ତନ କରିବା କଥା ସେନେଇ ଟିକିନିଖି ସଚେତନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୁରିବାହାଲ ସାମ୍ବାଦିକ ସଂଘଙ୍କୁ ସମ୍ମାନିତ କରାଯାଇଥିଲା ।
ସଭାପତି ସୁବ୍ରତ ମହାକୁର , ସମ୍ପାଦକ ସୁଦାମ ବଘାର ଉପଦେଷ୍ଟା ଶ୍ରୀବତ୍ସ ବେହେରା , ଉପସଭାପତି କେଦାର ବଡଜେନା , କୋଷାଧକ୍ଷ ମନୋଜ କର , ସଦସ୍ୟ ପ୍ରଫୁଲ୍ଲ ବଘାର , ଶଙ୍କର ମାଝି ପ୍ରମୁଖ ଟ୍ରଫି ଗ୍ରହଣ କରିଥିଲେ । ଏଭଳି ସମ୍ମାନ ଆଗକୁ ଆମ ସଂଘକୁ ଆହୁରି ଜନସେବା କାମ ପାଇଁ ପ୍ରେରଣା ଦେବ ବୋଲି ସଂଘ ସଭାପତି ଶ୍ରୀ ମହାକୁର ପ୍ରକାଶ କରିଥିଲେ।
Report : sudam baghar
Edited by k.s thakur...
Tags:
awareness program
felicitation
kantabanji
latest news
latest update
medical problem
muribahal
sambadik sangh



