ମାଣ୍ଡୋସିଲରେ ଜିଲ୍ଲା‌ସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ...

ମାଣ୍ଡୋସିଲରେ ଜିଲ୍ଲା‌ସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ...


ପାଇକମାଳ,୨୫।୮: ପାଇକମାଳ ବ୍ଳକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ରବିବାର  ବରଗଡ଼ ଜିଲ୍ଲା ୨୬ତମ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି। 

             Ad..


ସଙ୍ଗତି ମଣ୍ଡଳ ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଜୟନ୍ତୀ ସିଂଙ୍କ ପରିଚାଳିତ ଆଲୋଚନା ଚକ୍ରରେ ମମତା ଦାସ, ବୈଜୟନ୍ତୀ ଧରୁଆ, ଆହ୍ଳାଦିନୀ ଦଲେଇ, ତପସ୍ଵିନୀ ମହାପାତ୍ର, ପ୍ରତିମା ଗୁରୁ ଆଲୋଚନା କରିଥିବା ବେଳେ ଶ୍ରୀଧର ସାହୁ ଉପସଂହାର କରିଥିଲେ। 

          Ad..


ମୀନାରାଣୀ ଖୁଣ୍ଟିଆ ସ୍ବାଗତ ଭାଷଣ ଦେଇଥିବା ବେଳେ ହରିପ୍ରିୟା ସାହୁ ସମ୍ମିଳନୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଲକ୍ଷ୍ମୀପ୍ରିୟା ରାଉତଙ୍କ ପରିଚାଳିତ ଆଲୋଚନା ଚକ୍ରରେ ସଙ୍ଗତି ମଣ୍ଡଳ ଆବାହକ ପ୍ରଫୁଲ୍ଲ କୁମାର ପଣ୍ଡା, ରାଧାକାନ୍ତ ମିଶ୍ର ଆଲୋଚନା କରିଥିବା ବେଳେ ଗୋକୁଳାନନ୍ଦ ଡନସନା କୃତଜ୍ଞତା ଜଣାଇଥିଲେ । 

ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସାଙ୍ଗଠନିକ ଆଲୋଚନାରେ ଶ୍ରୀଧର ସାହୁ, ଜୟନ୍ତୀ ସିଂ ଓ ଲକ୍ଷ୍ମୀପ୍ରିୟା ରାଉତ ଆଲୋଚନା କରଥିଲେ ।ଏହି ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ରରେ ଜିଲ୍ଲାର ସମସ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅପା ଓ ମାଣ୍ଡୋସିଲ ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ମହିଳା ଅଭିଭାବିକମାନେ ଯୋଗଦେଇଥିଲେ। 

ଏଥିରେ ବରଗଡ଼ ଜିଲ୍ଲା ମହିଳା ପାଠଚକ୍ର ସଙ୍ଗଠନ ଆବାହିକା ଲକ୍ଷ୍ମୀପ୍ରିୟା ରାଉତ, ଶ୍ରୀଅରବିନ୍ଦ ପାଠଚକ୍ର ଓ ମହିଳା ପାଠଚକ୍ର ପରିଷଦ ଆବାହିକା ଜୟନ୍ତୀ ସିଂ, ବୈଜୟନ୍ତୀ ଧରୁଆ ଓ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପାଠଚକ୍ରର ସମସ୍ତ ଅପାଭାଇ ଓ ପରିଚାଳନା କମିଟି ସଭ୍ୟସଭ୍ୟାବୃନ୍ଦ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post