ସ୍ତ୍ରୀ କୁ ଗୁଳି ମାରି ସ୍ୱାମୀ ଗଲେ ଜେଲ, ବନ୍ଧୁକ ଜବତ...

ସ୍ତ୍ରୀ କୁ ଗୁଳି ମାରି ସ୍ୱାମୀ ଗଲେ ଜେଲ, ବନ୍ଧୁକ ଜବତ...


ମୁରିବାହାଲ,୨୫/୦୮ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ଏକ ଛାତି ଥରା ତଥା ଚାଞ୍ଚଲ୍ୟକର ଘଟଣା ବହୁ ବିଳମ୍ବରେ ପର୍ଦାଫାଶ ହୋଇଛି। ଜଣେ ସ୍ଵାମୀ ତାଙ୍କ ନିଜ ସ୍ତ୍ରୀଙ୍କୁ ଏକ ହାତ ତିଆରି ବନ୍ଧୁକରେ ଗୁଳି ମାରିଦେବାରୁ ସ୍ତ୍ରୀ ଜଣଙ୍କ ଜଂଘରେ ଗୁଳିଟି ରହିଯାଇଛି । 

                 Ad..


ସେ ଅତ୍ୟନ୍ତ ଗୁରୁତର ଥିବା ବେଳେ କିନ୍ତୁ ଘଟଣାର ୯ ଦିନ ପରେ ଆସି ସ୍ଵାମୀ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ ପରେ ସ୍ୱାମୀ କୁ ମୁରିବାହାଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।  ଟେଙ୍ଗରା ଗ୍ରାମର ସୁଧାକର ମଲ୍ଲିକ(୩୭) ବେଲପଡା ଥାନା ଡୁଙ୍ଗୁରୀପାଲି ଗ୍ରାମର ବେଦମତୀ ମଲ୍ଲିକ(୩୫)ଙ୍କୁ ବିବାହ କରି ୧୩ ବର୍ଷର ପୁଅ ଓ ୬ ବର୍ଷୀୟା ଝିଅ ସହ ଗାଁରେ ରହୁଥିଲେ । 

           Ad..


ଗତ ୧୬ ତାରିଖ ଦିନ ସୁଧାକର ଅତ୍ୟନ୍ତ ନିଶା ସେବନ କରିଥିବା ବେଳେ ତାଙ୍କ ସ୍ତ୍ରୀ ବେଦମତୀଙ୍କ ସହ ତାଙ୍କ ପାରିବାରିକ କଳହ ହୋଇଥିଲା । ସେ ସ୍ତ୍ରୀଙ୍କୁ ଘରେ ପୂର୍ବରୁ ଆଣି ରଖାଯାଇଥିବା ଏକ ହାତ ତିଆରି ଘରୋଇ ବନ୍ଧୁକ ଆଣି ଡରାଉଥିଲେ । ଏହି ସମୟରେ ହଠାତ୍ ବନ୍ଧୁକଟି ଫୁଟି ଯାଇ ସେଥିରେ ଥିବା ଗୁଳିଟି ସ୍ତ୍ରୀ ବେଦମତୀଙ୍କ ଜଂଘରେ ଯାଇ ଲାଗିଥିଲା । 

ଗୁରୁତର ସ୍ତ୍ରୀ ସେଠାରୁ ହଠାତ୍ କେଉଁଆଡେ ଚାଲି ଯାଇଥିଲେ । ସେ ନିଜ ବାପ ଘରକୁ ଚାଲିଯାଇ ସେଠାରୁ ବଲାଙ୍ଗିର ଯାଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଜଂଘରେ ଗୁଳିଟି ରହିଯାଇଥିବାରୁ ଅବସ୍ଥା ଦିନକୁ ଦିନ ଆହୁରି ଗୁରୁତର ଆକାର ଧାରଣ କରିଥିବା ଜଣାପଡିଛି । ଫଳରେ ଘଟଣାର ୯ ଦିନ ପରେ ଶନିବାର ସ୍ତ୍ରୀ ବେଦମତୀ ମୁରିବାହାଲ ଥାନା ପହଞ୍ଚି ସ୍ଵାମୀ ବିରୁଦ୍ଧରେ ଲିଖିତ ଏତଲା ଦେଇଥିଲେ । 

ବେଦମତୀଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୨୭୧/୨୪ ରୁଜୁ କରି ତତ୍ପରତା ପ୍ରକାଶ ସହ ତନାଘନା ଆରମ୍ଭ କରିଥିଲା । ପୁଲିସ୍ ଟେଙ୍ଗରା ଗ୍ରାମକୁ ପହଞ୍ଚି ଅଭିଯୁକ୍ତ ସ୍ଵାମୀ ସୁଧାକର ମଲ୍ଲିକଙ୍କୁ କାବୁ କରିବା ସହ ସେ ବ୍ୟବହାର କରିଥିବା ହାତ ତିଆରି ଘରୋଇ ବନ୍ଧୁକକୁ ମଧ୍ୟ ଜବତ କରିଥିଲା । 

ବେଦମତୀଙ୍କ ଏତଲା ଆଧାରରେ ତାଙ୍କ ସ୍ଵାମୀ ସୁଧାକରଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନମଂଜୁର ହେବାରୁ କଣ୍ଟାବାଞ୍ଜି ଜେଲ କୁ ପଠା ଯାଇଥିବା ମୁରିବାହାଲ ପୋଲିସ ସୂଚନା ଦେଇଛି।




Report : sudam baghar

Edited by k.s thakur...





Post a Comment

Previous Post Next Post