ଚିକିତ୍ସା ଅଭାବରୁ ହଷ୍ଟେଲରେ ଚାଲିଗଲା ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଜୀବନ, ନ୍ୟାୟ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ...
ଖୁଣ୍ଟା,୨୫/୦୮ : ଚିକିତ୍ସା ଅଭାବରୁ ହଷ୍ଟେଲରେ ଛାତ୍ରୀ ମୃତ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଖୁଣ୍ଟା କସ୍ତୁରବା ବାଳିକା ଛାତ୍ରୀ ନିବାସରେ ପଢ଼ୁଥିବା ଜୈନେକା ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ରାସ୍ତା ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।
Ad..
ସୂଚନାନୁସାରେ, ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡ଼ପଥରା ଗ୍ରାମ ପଞ୍ଚାୟତ ଅଧୀନ କୁସୁମଘାଟି ଗ୍ରାମର ପ୍ରଭାକର ବେହେରାଙ୍କ ଝିଅ ୧୧ ବର୍ଷୀୟ ମଧୁସ୍ମିତା ଷଷ୍ଠ ଶ୍ରେଣୀ କସ୍ତୁରବା ମଧ୍ୟ ଇଂରାଜୀ ବିଦ୍ୟାଳୟରେରେ ପାଠ ପଢ଼ୁଥିଲେ । ଗତ ଶନିବାର ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା ।
Ad..
ସେ କସ୍ତୁରବା ବାଳିକା ଛାତ୍ରୀ ନିବାସରେ ରହୁଥିବା ବେଳେ ଦେହ ଅସୁସ୍ଥତା ସତ୍ତ୍ୱେ ବି ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନନେଇ ଅବହେଳା କରିଥିବା ଅଭିଯୋଗ ହୋଇଛି । ପରେ ପରିବାର ଲୋକଙ୍କୁ ଖବର ଦେଇ ଛାତ୍ରୀ ଜଣଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Edited by k.s thakur...
Tags:
khunta
latest
latest news
latest update
mayurbhanja
medical problem
Odisha
rasta abrodh
student death



