ଛତୁଆ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ; ମନ୍ତ୍ରୀ କହିଲେ ମାନ ଯାଞ୍ଚ ହେବ...
ଭୁବନେଶ୍ୱର,୩୧/୦୮ : ଆଜି ବିଧାନସଭା ପ୍ରଶ୍ନକାଳରେ ଛତୁଆ ଦୁର୍ନୀତି ନେଇ ଏକାଧିକ ବିଧାୟକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଛତୁଆ ଦୁର୍ନୀତି ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।
Ad..
ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଛତୁଆର ମାନ ନିର୍ଦ୍ଧାରଣ ନେଇ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ବୋଲି ଗୃହରେ ଏକାଧିକ ବିଧାୟକ ପ୍ରଶ୍ନ କରିବା ସହ ଉଦବେଗ ପ୍ରକାଶ କରିବାରୁ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ବାଚସ୍ପତି ସୁରମା ପାଢୀ।
Ad..
ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାରୁ ମନ୍ତ୍ରୀ କହିଛନ୍ତି ଛତୁଆର ମାନ ଯାଞ୍ଚ ହେବ। ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରାଯାଇ ରିପୋର୍ଟ ଦିଆଯିବ।
Edited by k.s thakur...
Tags:
Bhubaneswar
chatua quality
inspection
latest news
latest update
Odisha
odisha assembly
politics



