ଲଗାଣ ବର୍ଷା ରେ ବେହାଲ ମାଲକାନଗିରି, ସହରରେ ଆଣ୍ଠୁଏ ପାଣି...

ଲଗାଣ ବର୍ଷା ରେ ବେହାଲ ମାଲକାନଗିରି, ସହରରେ ଆଣ୍ଠୁଏ ପାଣି...


ମାଲକାନଗିରି,୩୧/୦୮ : ଲଗାଣ ବର୍ଷାରେ ପୁଣି ବୁଡ଼ିଲା ପୋଲ। ଯାତାୟାତ ବାଧାପ୍ରାପ୍ତ। ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି। 

              Ad..


ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି। ପୋଲ ଉପରେ ପାଣି ଥିବାରୁ ୩୨୫ ନମ୍ବର ଜାତୀୟ ରାଜପଥର ଉଭୟ ପାଖରେ ଅଟକି ରହିଛି ଶହ ଶହ ଗାଡ଼ି।

         Ad..


ମାଲକାନଗିରିରୁ କାଲିମେଳା, କାଲିମେଳାରୁ ପଡ଼ିଆକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେପଟେ ଗତକାଲି ସନ୍ଧ୍ୟାରେ ଜିଲ୍ଲା ସଦର ମହକୁମାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ମଧ୍ୟ ୨ ଫୁଟର ପାଣି ଲହଡ଼ି ଭାଙ୍ଗୁଥିଲା। ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି।





Edited by k.s thakur...


Post a Comment

Previous Post Next Post