ସମ୍ବାଦ ସାହିତ୍ୟ ଘର,ଜନମୁକ୍ତି ଅନୁଷ୍ଠାନ ଓ ସାମ୍ବାଦିକ ସଂଘ ମୁରିବାହାଲ ତରଫରୁ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ...

ସମ୍ବାଦ ସାହିତ୍ୟ ଘର,ଜନମୁକ୍ତି ଅନୁଷ୍ଠାନ ଓ ସାମ୍ବାଦିକ ସଂଘ ମୁରିବାହାଲ  ତରଫରୁ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ...


ମୁରିବାହାଲ,୩୦/୦୮ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ଅନ୍ତର୍ଗତ ଯୁଗୀରତା ଗ୍ରାମ ଠାରେ ଜନମୁକ୍ତି ସ୍ବେଚ୍ଛା ସେଵୀ ଅନୁଷ୍ଠାନ ଓ ସାମ୍ବାଦିକ ସଂଘ ମୁରିବାହାଲର ମିଳିତ ଉଦ୍ୟମରେ  ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

              Ad..


ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ ଙ୍କ ସଭାପତିତ୍ୱରେ  ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକ ସଙ୍ଘ ମୁରିବାହାଲ ବରିଷ୍ଠ ଉପଦେଷ୍ଟା ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। 

          Ad..


ସମ୍ମାନିତ ଅତିଥି ଭାବରେ ମୁରିବାହାଲ ସାମ୍ବାଦିକ ସଂଘ ସଭାପତି ସୁବ୍ରତ କୁମାର ମହାକୁର, ଉପସଭାପତି କେଦାର ବଡ଼ଜେନା, ସମ୍ପାଦକ ସୁଦାମ ବଘାର, କୋଷାଧକ୍ଷ ମନୋଜ କୁମାର କର, ସଭ୍ୟ ପ୍ରଫୁଲ୍ଲ ବଘାର,  ଶଙ୍କର ମାଝୀ,  ମୁରିବାହାଲ ବ୍ଲକ ଏପିଓ  ବସନ୍ତ ଵଲୀୟାର ସିଂ,  ଡ଼ି.ଆର ଡ଼ି.ଏ - ଆଇଏନ୍ଆରଏମ ଆଲୋକ  ପ୍ରଧାନ ମଞ୍ଚାସିନ ଥିବା ବେଳେ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଗାନ୍ଧିଜୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଦୀପ ପ୍ରଜ୍ୱଳନ ଓ ବୃକ୍ଷ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମ ରେ ୩୭୦ ଗଛ ଚାରା ରୋପଣ କରାଯାଇଥିଲା ଓ ଏହି ବର୍ଷ ଜନମୁକ୍ତି ଅନୁଷ୍ଠାନ  ତରଫରୁ ୬୦ହଜାରରୁ ଉର୍ଦ୍ଧ ଚାରା ବଣ୍ଟନ କରାଯାଇ ବିଭିନ୍ନ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି। ଉକ୍ତ କର୍ଯ୍ୟରେ, ବୁଦ୍ଧିଜୀବୀ, ସମାଜ ସେବୀ, ସାମ୍ୱାଦିକ ,ବନବିଭାଗ , ଏସଜିଆଇ, ବାସୁଦେବ ପଣ୍ଡା ଫାଉଣ୍ଡେସନ ତଥା ସମସ୍ତ ବର୍ଗର ଜନ ସାଧାରଣ ସେଚ୍ଛା କୃତ ଭାବେ ସହଯୋଗ କରି ଆସୁଛନ୍ତି।

ଏହି ଅବସରରେ ଅତିଥି ବୃନ୍ଦ ବୃକ୍ଷର ମହତ୍ୱ, ବୃକ୍ଷରୋପଣ ର ଉଦ୍ଦେଶ୍ୟ  ଓ ବୃକ୍ଷ ର ମହାତ୍ମ୍ୟ ବିଷୟରେ ମତାମତ ଦେଇଥିବା ବେଳେ ଜନମୁକ୍ତି ଅନୁଷ୍ଠାନ ତରଫରୁ ମୁରିବାହାଲ ବ୍ଲକର ବିଭିନ୍ନ  ଅଞ୍ଚଳରେ  ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଭୁରୀ ଭୁରୀ ପ୍ରସଂଶା କରିଥିଲେ। 

ଏହି କାର୍ଯ୍ୟକ୍ରମ ରେ ଯୁଗୀରତା ଗ୍ରାମ ର ଅନେକ ମହିଲା ଏବଂ ପୁରୁଷ ସ୍ୱୟଂ ସହାୟକ ଗୋଷ୍ଠୀ,ଜନମୁକ୍ତି ଅନୁଷ୍ଠାନର  କର୍ମୀ ଓ କର୍ମକର୍ତ୍ତା ପ୍ରକାଶ କୁମାର ବନଛୋର ,ଲକ୍ଷ୍ମୀଧର ବାଗ,ସୁବର୍ଣୀ ବାଗ, ଲୋଚନ୍ ବାଗ, ମଗସିର ସାହୁ, ରଞ୍ଜିତା ହରପାଲ,ବୈଷ୍ଣବ ମହାନନ୍ଦ, କିରଣ ଜାଲ, ଚିତ୍ରଲେଖା ସାହୁ, ପ୍ତାଶାନ୍ତ ବାରିକ, ଜୟସିଂ ବନଛୋର, ଲଳିତ ରଣା, ସଂଜିତା ହାତି, ସୁଶୀଲ ସାହୁ, ନବୀନ ସାହୁ, ଆଶିଷ ସା, ହରିଶ ବଗର୍ତ୍ତୀ, ବିକାଶ ଥପା, ମତୀନ୍ଦ୍ର ବାଗ, ଗଙ୍ଗାଧର ହରପାଳ, ତ୍ରିଲୋଚନ ସାହୁ, ଅଶୋକ ନେଉରା,  ସାମ୍ବାଦିକ ସଙ୍ଘ ର କର୍ମକର୍ତ୍ତା, ମିଶି   ଫଳ ଚାରା, ଓ ବୃକ୍ଷ ଯୁଗୀରତା ଗ୍ରାମର ଚାଷୀ ମାନଙ୍କ ଜମି ରେ ରୋପଣ କରିଥିଲେ ଏବଂ ଲୋକମାନଙ୍କୁ ସଚେତନ କରିବାପାଇଁ ଏକ ସାମୁହିକ ପଦଯାତ୍ରାରେ ଯୁଗୀରତା ଗ୍ରାମକୁ ପରିକ୍ରମା କରିଥିଲେ।

ଗ୍ରାମ୍ୟ ସ୍ୱେଚ୍ଛା ସେବୀ  ମନ୍ଥ ମାଝୀ , ଲୋଚନ ଭୋଇ, ଡଗ୍ରେଶ୍ଵର ବାଗ, ରୋହିତ ମାଝୀ, ସବିତା ସାହୁ, ଲୀଳାବତୀ ମାଝୀ,  ସିଆର୍ପି: ଉଷା ସୁନା, ଗାଁ ସାଥି ସୂର୍ଯ୍ୟ କାନ୍ତି ବାଗ ସହିତ  ଉତ୍ପାଦକ ଗୋଷ୍ଠୀ,ଶ୍ରମିକ ସଂଗଠନ ଓ ଗ୍ରାମ୍ୟ ଉନ୍ନୟନ କମିଟିର ସଭ୍ୟ/ସଭ୍ୟା ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଜନମୁକ୍ତି ଅନୁଷ୍ଠାନର  ପ୍ରୋଗ୍ରାମ ମାନେଜର ସଂଜୀବ ବାରିକ ପରିଚଳନା କରିଥିବା ବେଳେ, ଧର୍ମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : sudam baghar

Edited by k.s thakur...



Post a Comment

Previous Post Next Post