ସମ୍ବଲପୁର ରୁ ରାୟପୁର କୁ ରେଳ ଚଳାଚଳ ପାଇଁ ମନ୍ତ୍ରୀଙ୍କୁ ଫେରାଦ...
ବରଗଡ଼,୩୦/୦୮ : ଗୁରୁବାର ଦିନ ବରଗଡ଼ ରୋଡ଼ ରେଳଷ୍ଟେସନ ରେ ବରଗଡ଼ ଭାଜପା ଜିଲ୍ଲା ସଭାପତି ଡାକ୍ତର ଅରୂପା ନନ୍ଦ ସାହୁ ଙ୍କ ଉପସ୍ଥିତି ରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ(ରାଜ୍ୟ ପାହ୍ୟା) ଟୋକେନ ସାହୁ ଏବଂ ମହାସମୁନ୍ଦ ର ପୂର୍ବତନ ସାଂସଦ ଚୂନିଲାଲ ସାହୁଙ୍କୁ ସମ୍ବଲପୁର -ରାୟପୁର ରେଳ ସଙ୍ଘର୍ଷ ସମିତି ସଦସ୍ୟ ମାନେ ବରଗଡ଼ ରୋଡ଼ ରେଳଷ୍ଟେସନ ରେ ସାକ୍ଷାତ ଆଲୋଚନା କରି ସମ୍ବଲପୁରରୁ ବରଗଡ଼ ରୋଡ଼, ଭାୟା ସୋହେଲା, ସରେଇପାଲି ବସନା ପିଥୈାଡ଼ା ଦେଇ ରାୟପୁର କୁ ରେଳ ଚଳାଚଳ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
Ad..
ଏହା ଏ ଅଞ୍ଚଳର ଅନେକ ବର୍ଷର ଦାବି ବୋଲି ପୂର୍ବତନ ସାଂସଦ ଚୂନିଲାଲ ସାହୁ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ ।ଏଥିରେ ମନ୍ତ୍ରୀ ମହୋଦୟ ଏହି କାମ କୁ ତ୍ବରାନ୍ବିତ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ।
Ad..
ଏହି ସାକ୍ଷାତ ଆଲୋଚନା ରେ ସମ୍ବଲପୁର ରାୟପୁର ରେଳ ସଂଘର୍ଷ ସମିତି ସଭାପତି ଶ୍ରୀ ଗୋବିନ୍ଦ ଦାଶ,କେନ୍ଦ୍ର ସଂଗଠନ ସଂପାଦକ ଶ୍ରୀ ଅଭିଜିତ ପ୍ରତିହାର ଏବଂ ସର୍ବଶ୍ରୀ ନିର୍ମଳ କିଶୋର କର, ତୁଳସୀ ଚରଣ ଦାଶ, ମନୋରଞ୍ଜନ ପୂଜାରୀ, ଦେବୀ ପଟ୍ଟନାୟକ, ଦୀପାଞ୍ଜନ ଦାସ ଆଦି ଯୋଗଦେଇଥିଲେ।
Report : Bijay ku sahu
Edited by k.s thakur...



