ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ବରଗଡ଼ ଜିଲ୍ଲା ସାମ୍ବାଦିକ ଙ୍କ ତରଫରୁ ଦାବିପତ୍ର...

ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ବରଗଡ଼ ଜିଲ୍ଲା ସାମ୍ବାଦିକ ଙ୍କ ତରଫରୁ ଦାବିପତ୍ର...


ବରଗଡ଼,୩୦/୦୮ :  ଷ୍ଟେଟ୍ ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଏସ୍ ୟୁ ଜେ) ଓଡ଼ିଶା ତରଫରୁ ବରଗଡ଼ ଜିଲ୍ଲା ଶାଖା ବରଗଡ଼ ଏସୋସିଏସନ ଅଫ୍ ଜର୍ନାଲିଷ୍ଟ (ବାଜ୍) ର ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ମାଧବ ପ୍ରସାଦ ସାହୁ ଓ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ସାମ୍ବାଦିକ ଙ୍କ ସମସ୍ୟା କୁ ନେଇ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଙ୍କ ଜରିଆରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

Ad..



ଏହି ଅବସରରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସ୍ବାର୍ଥରକ୍ଷା ଓ ସୁରକ୍ଷା ନିମନ୍ତେ  ଦେଶର ଅନ୍ୟ କେତେକ ରାଜ୍ୟଭଳି ଆମ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ଏବଂ ଅବସର ଗ୍ରହଣ କରିଥିବା ବା ୬୦ ବର୍ଷରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନଙ୍କୁ ଯଥାକ୍ରମେ ଟ. ୨୫୦୦୦/-(ପଚିଶ ହଜାର ଟଙ୍କା)ର ଭତ୍ତା ଓ ପେନସନ୍ ପ୍ରଦାନ କରାଯାଉ ।

           Ad..


ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥାରେ ରହିଥିବା ନିୟମ ଅନୁଯାୟୀ ପ୍ରତିବର୍ଷ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିଯୁକ୍ତି ନେଇ ଗଣମାଧ୍ୟମ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ସୁପାରିଶ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଉଛି, ସେଥିରେ ୬୦ ବର୍ଷ ବା ତାଠୁ ଉର୍ଦ୍ଧ୍ବ ସାମ୍ବାଦିକ ମାନଙ୍କ ପାଇଁ ସେହିପରି ବ୍ୟବସ୍ଥାକୁ ଉଛେଦ କରି ବରଂ ଏହାକୁ ସ୍ବୟଂ ନବିକରଣ କରାଯାଉ। 

ଯାହାଦ୍ବାରା ଆର୍ଥିକ ଅଭାବ ଯୋଗୁଁ ଜୀବନ ତମାମ ସମାଜ ପାଇଁ କାର୍ଯ୍ୟ କରି ଆସିଥିବା ସାମ୍ବାଦିକ ମାନଙ୍କ ଅନ୍ତିମ ସମୟ ଦୁଃଖ, ଦୁର୍ଦ୍ଦଶା ମଧ୍ୟରେ ଅତିବାହିତ ହେବନାହିଁ।  ଅଧିକାଂଶ ଗଣମାଧ୍ୟମର ମୁଖ୍ୟାଳୟ, ପ୍ରମୁଖା ସରକାରୀ କାର୍ଯ୍ୟାଳୟ, ବଡ଼ବଡ଼ ଶିକ୍ଷନୁଷ୍ଠାନ ଏବଂ ପ୍ରତିଷ୍ଠିତ ଚିକିତ୍ସାଳୟ ରାଜଧାନୀ ଭୁବନେଶ୍ଵରରେ ରହିଥିବାରୁ ସାମ୍ବାଦିକ ମାନଙ୍କ ସାମୟିକ ଅବସ୍ଥାନ ନିମନ୍ତେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଅତିଥି ଭବନ(ଗେଷ୍ଟ ହାଉସ) ନିର୍ମାଣ କରାଯାଇ ସାମ୍ବାଦିକ ଏବଂ ତାଙ୍କ ପରିବାରକୁ ଅବସ୍ଥାନର ବ୍ୟବସ୍ଥା କରାଯାଉ।

 ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତା ମାତାଙ୍କୁ ସାମିଲ୍ ସହିତ ଏହାର ଆକାରକୁ ୫ ଲକ୍ଷ ଟଙ୍କା ପରିବର୍ତ୍ତେ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ।

 କୌଣସି ସାମ୍ବାଦିକ ମୃତ୍ୟୁ ବରଣ କଲେ ତାଙ୍କ ପରିବାରକୁ ଟ. ୨୫,୦୦,୦୦୦/- (ପଚିଶ ଲକ୍ଷ ଟଙ୍କା) ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରାଯାଉ।

ସାମ୍ବାଦିକ ମାନଙ୍କ ପାଇଁ ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ। ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଥାଶୀଘ୍ର ସରକାର ବିଚାର କରିବାକୁ ଅନୁରୋଧ ଜଣାଇଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post