ନୂଆ-ଓ’ ଯୋଜନାକୁ ବନ୍ଦ କଲେ ରାଜ୍ୟ ସରକାର, ବଜେଟରେ ପ୍ରାବଧାନ ନାହିଁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ...

ନୂଆ-ଓ’ ଯୋଜନାକୁ ବନ୍ଦ କଲେ ରାଜ୍ୟ ସରକାର, ବଜେଟରେ ପ୍ରାବଧାନ ନାହିଁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ...


ଭୁବନେଶ୍ବର,୩୦/୦୮ : ବନ୍ଦ ହେଲା ନୂଆ ‘ଓ’ ଛାତ୍ରବୃତ୍ତି। ବଜେଟରେ ପ୍ରାବଧାନ ନାହିଁ। ଏ ନେଇ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। କିନ୍ତୁ ଅଭାବରେ ପଡି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା  “Financial Assistance to UG & PG Students” ନାମକ ଏକ ଯୋଜନା ପ୍ରଣୟନ କରାଯିବ। 

              Ad..


ଯାହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲୁ ରହିଛି। ଚଳିତ ବର୍ଷଠାରୁ ‘ନୂଆ-ଓ’ ଛାତ୍ରବୃତ୍ତି ଯୋଜନାର ବଜେଟ ସଂକ୍ରାନ୍ତୀୟ ପ୍ରାବଧାନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସୂଚନା ଅନୁଯାୟୀ, ପୂର୍ବ ସରକାର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ ‘ଓ ଛାତ୍ରବୃତ୍ତି ପ୍ରଦାନ ନେଇ ଘୋଷଣା କରିଥିଲେ। 

            Ad..


ଏହି ଯୋଜନାରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା। ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇଥିଲେ । ସେହିଭଳି  ୩୫ ହଜାର ପିଜି ଛାତ୍ରଛାତ୍ରୀ ମଧ୍ୟ ଏହି ବୃତ୍ତି ପାଇଥିଲେ । 

ଏହି ଛାତ୍ରବୃତ୍ତି ଟଙ୍କା ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ପ୍ରଦାନ କରାଯଯାଉଥିଲା । ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ରଖିଥିଲେ ପୂର୍ବ ରାଜ୍ୟ ସରକାର।




Edited by k.s thakur...





Post a Comment

Previous Post Next Post