ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ...

ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ...


ବାଲେଶ୍ୱର,୩୦/୦୮ :ଭିଜିଲାନ୍ସ ଜାଲରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ପ୍ରଦୀପ ଦାସଙ୍କର ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। 

                  Ad..


ବାଲେଶ୍ୱର ସେରଗଡରେ ଥିବା ଘର,ମାର୍କେଟ କମ୍ପ୍ଲେକ୍ସ, ଅଙ୍ଗାରଗାଡ଼ିଆସ୍ଥିତ ଏକ ୩ ମହଲା କୋଠା, ଖନ୍ତାପଡା ଭୂଇଁପଦାସ୍ଥିତ ପୈତୃକ ଘର, ମାଧଗଡ଼ସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ନୀଳଗିରି କାହାଳିଆସ୍ଥିତ ସମ୍ପର୍କୀୟଙ୍କ ଘର, ଖନ୍ତାପଡ଼ା ଭୂଇଁପଦାସ୍ଥିତ ସମ୍ପର୍କୀୟଙ୍କ ଘର ସମେତ ବାଲେଶ୍ବର କଲେକ୍ଟୋରେଟସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। 

            Ad..


ଏହି ଚଢାଉରେ ୨ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନ୍ସପେକ୍ଟର ଓ ୫ ଏଏସଆଇ ସାମିଲ ରହିଥିଵାବାବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ସମ୍ପତ୍ତିର ଆକଳନ ହୋଇପାରିନାହିଁ।





Edited by k.s thakur...



Post a Comment

Previous Post Next Post