ପଦ୍ମପୁର ବାସୀଙ୍କୁ ସାଂସଦ ପ୍ରଦୀପ ପୁରୋହିତ ଙ୍କ ନୂଆଁଖାଇ ଭେଟି, ଛୁଟୁଛି ଶୁଭେଚ୍ଛା ର ସୁଅ...

ପଦ୍ମପୁର ବାସୀଙ୍କୁ ସାଂସଦ ପ୍ରଦୀପ ପୁରୋହିତ ଙ୍କ ନୂଆଁଖାଇ ଭେଟି, ଛୁଟୁଛି ଶୁଭେଚ୍ଛା ର ସୁଅ...


(ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୃସିଂହନାଥ ରେଳପଥକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ)

ବରଗଡ଼,୨୮/୦୮ :  ପ୍ରଦୀପ ପୁରୋହିତ ସାଂସଦ ଭାବରେ ଶପଥ ଗ୍ରହଣ ଦିନ ଠାରୁ ଅନବରତ ପ୍ରୟାସ ଫଳରେ ପଦ୍ମପୁର ଅଂଚଳବାସୀ ଙ୍କ ଦୀର୍ଘଦିନର ସ୍ବପ୍ନ ଆଖି ଆଗରେ ପୂରଣ ହେବାକୁ ଯାଉଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ନୃସିଂହନାଥ ରେଳ ପ୍ରକଳ୍ପ। 

         Ad..


ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି ଯେ, ୧୩୮ କିଲୋମିଟରର ଏହି ରେଳପଥ ପାଇଁ ୨୯୨୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

           Ad..


ମହାପ୍ରଭୁ ନୃସିଂହନାଥଙ୍କ ପୀଠ , ବିଶ୍ବ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ମିଳୁଥିବା ଅଂଚଳ ଓ ଓଡ଼ିଶାର ଭାତହାଣ୍ଡି ବରଗଡ଼କୁ ଏହି ରେଳପଥ ସଂଯୋଗ କରିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଏହି ରେଳପଥ ପଶ୍ଚିମ ଓଡ଼ିଶାର ତିନି ପିଢ଼ିର ଲୋକଙ୍କର ସ୍ବପ୍ନ ଥିଲା । 

ଏବେ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏହା ପଶ୍ଚିମ ଓଡ଼ିଶା ତଥା ବରଗଡ଼,ପଦ୍ମପୁର, ବିଜେପୁର ଅଂଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନୂଆଁଖାଇ ଭେଟି ବୋଲି ପ୍ରଦୀପ କହିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । 

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ରେଲମନ୍ତ୍ରୀଙ୍କୁ ଭେଟି ଏନେଇ ସଂପର୍କିତ ଦାବିପତ୍ର ପ୍ରଦାନ କରିଥିଲେ । ପଶ୍ଚିଓ ଓଡ଼ିଶାର ଆର୍ଥିକ, ବ୍ୟାବସାୟିକ ତଥା ବାଣିଜ୍ୟିକ ବିକାଶ ପାଇଁ ଏହି ରେଳପଥ ଲାଇଫଲାଇନ୍ ସାବ୍ୟସ୍ତ ହେବ ବୋଲି ସେ ଦାବିପତ୍ରରେ ଦର୍ଶାଇଥିଲେ । 

ପଦ୍ମପୁର ଉପ-ନିର୍ବାଚନ ତଥା ଗତ ସାଧାରଣ ନିର୍ବାଚନ ବେଳେ ଏହି ରେଳ ପ୍ରକଳ୍ପ ପାଇଁ ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।ଆଜି ଏହି ରେଳ ପ୍ରକଳ୍ପ କୁ କେନ୍ଦ୍ର ମଞ୍ଜୁରୀ ଦେଇଥିବା ଯୋଗୁଁ  ପଦ୍ମପୁର ଅଂଚଳ ର ବିଭିନ୍ନ ସଂଗଠନ ତରଫରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।





Report : Bijay ku sahu

Edited by k.s thakur...



1 Comments

  1. It is very good news for people of Padampur, Bijepur and Paikmal areas. A dream come true. We are highly thankful and appreciate the efforts of our honourable MP Sj Pradeep Purohit ji and honourable Aswni Baishnav ji for taking approval in the union cabinet.Please see to it that the project is completed in the target time period.

    ReplyDelete
Previous Post Next Post