ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ କୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ ସମ୍ବର୍ଦ୍ଧିତ କଲେ ବଲାଙ୍ଗୀର ସାଂସଦ...
ବଙ୍ଗୋମୁଣ୍ଡା,୨୮/୦୮ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ କୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ କଣ୍ଟାବାଞ୍ଜି ଠାରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି ।
Ad..
କଣ୍ଟାବାଞ୍ଜି ବନମାଲି ପେଲେସ ରେ ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ଏବଂ ଏମଏମଆଇ ନାରାୟଣ ରାୟପୁର ହସ୍ପିଟାଲ ପକ୍ଷରୁ ହୃଦ ରୋଗ ବିଷୟକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Ad..
ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓ ଯୋଗ ଦେଇଥିବା ବେଳେ ଏମଏମଆଇ ନାରାୟଣ ରାୟପୁର ହସ୍ପିଟାଲ ବରିଷ୍ଠ ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ଶେଖର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କାହିକି ହୃଦୟ ରୋଗ ହୋଇଥାଏ ।
ଆମେ ଦୈନନ୍ଦିନ ଜୀବନରେ କଣ ସବୁ ପରିବର୍ତନ କରିବା କଥା ସେନେଇ ଟିକିନିଖି ସଚେତନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ପାଦକ ହୁଲେଶ୍ୱର ହଂସ ଟ୍ରଫି ଗ୍ରହଣ କରିଥିଲେ । ଏଭଳି ସମ୍ମାନ ଆଗକୁ ଆମ ସଂଘକୁ ଆହୁରି ଜନସେବା କାମ ପାଇଁ ପ୍ରେରଣା ଦେବ ବୋଲି ସଂଘ ସମ୍ପାଦକ ଶ୍ରୀ ହଂସ ପ୍ରକାଶ କରିଥିଲେ । ସମ୍ବର୍ଦ୍ଧିତ କରାଯାଇଥିବା ରୁ ବିଭିନ୍ନ ମହଲରେ ପ୍ରଶଂଶା କରାଯାଉଛି ।
Edited by k.s thakur...



