ପ୍ରଧାନମନ୍ତ୍ରୀ ଫସଲ ବୀମା ରୁ ମୁହଁ ଫେରାଇ ନେଉଛନ୍ତି କି ବରଗଡ଼ ଚାଷୀ...
ବରଗଡ଼,୧୧/୦୮ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରତି କୃଷକ ମାନଙ୍କ ଆଗ୍ରହ ଧୀରେ ଧୀରେ କମିବାରେ ଲାଗିଛି। ଖରିଫ ଋତୁ ବୀମା ପଞ୍ଜିକରଣ କରଣ ଶେଷ ତାରିଖ ୩୧ ଜୁଲାଇ ଥିଲା ହେଲେ ରାଜ୍ୟରେ ଚାଷୀ ତୁଳନାତ୍ମକ ବୀମା ଭୁକ୍ତ ହୋଇ ନ ଥିବାରୁ ଓଡିଶା ପାଇଁ ପୂଣି କେନ୍ଦ୍ର ସରକାର ୧୦ ଦିନ ବା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରିଥିଲେ।
Ad..
ସମୟ ବୃଦ୍ଧି ସତ୍ତ୍ବେ ଗତ ବର୍ଷ ତୁଳନା ରେ ଚଳିତ ବର୍ଷ କମ ପଞ୍ଜିକୃତ ହେବା ଅଧ୍ୟୟନ ବିଷୟ ଅଟେ। ଗତବର୍ଷ ରାଜ୍ୟରେ ୨୨ ଲକ୍ଷ ୬୩ ହଜାର ୧୫୬ ଜଣ ଚାଷୀ ମୋଟ ୧୫ ଲକ୍ଷ ୨୯ ହଜାର ୯୮୦ ହେକ୍ଟର ଜମି ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୨୦ ଲକ୍ଷ ୪୬ ହଜାର ୮୯୧ ଜଣ ୧୩ ଲକ୍ଷ ୯୬ ହଜାର ୩୨୦ ହେକ୍ଟର ଜମି ପଞ୍ଜିକୃତ ହୋଇଛି ରାଜ୍ୟରେ ପାଖାପାଖି ୨ ଲକ୍ଷ ଚାଷୀ ବୀମା କରି ନାହାଁନ୍ତି।
ସେହିପରି ବରଗଡ଼ ଜିଲ୍ଲାରେ ମଧ୍ୟ ଗତ ବର୍ଷ ୧ ଲକ୍ଷ ୭୦ ହଜାର ୬୨ ଜଣ ଚାଷୀ ୧ ଲକ୍ଷ ୯୫ ହଜାର ୭୪୦ ହେକ୍ଟର ହୋଇଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୫୨ ହଜାର ୧୬୨ ଜଣ ଚାଷୀ ୧ ଲକ୍ଷ ୯୦ ହଜାର ୮୨୦ ହେକ୍ଟର ଜମି ପଞ୍ଜିକରଣ କରିଛନ୍ତି ଯାହା ଗତ ବର୍ଷ ତୁଳନାରେ ୧୮ ହଜାର ଚାଷୀ ପଞ୍ଜିକୃତ ହୋଇ ନାହାଁନ୍ତି।
ଏହି ଫସଲ ବୀମା ଯୋଜନା ଚାଷୀଙ୍କୁ ଲାଭ ମିଳିବା ପରିବର୍ତ୍ତେ କମ୍ପାନୀ ମାନଙ୍କୁ ଅଧିକ ଲାଭ ମିଳୁଥିବା ପ୍ରତ୍ୟେକ ବର୍ଷ ଦେଖିବାକୁ ମିଲୁଛୁ। ସରକାର ଯେତେ ବାହାସ୍ପଟ ମାରିଲେମଧ୍ୟ ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଛନ୍ତି। କ୍ଷତିପୂରଣ ଆକଳନ କରିବାରେ କମ୍ପାନୀ ମାନଙ୍କ ମନମୁଖୀ,ପ୍ରଶାସନିକ ନୀରବତା ଏବଂ ନୀତିଗତ ଭାବେ କମ୍ପାନୀ କୁ ସୁହାଇଲା ଭଳି ନିଷ୍ପତ୍ତି ଏହାର ମୁଖ୍ୟ କାରଣ ଅଟେ ।
କ୍ଷତିଗ୍ରସ୍ତ ବର୍ଷ କ୍ଷତିପୂରଣ ଆକଳନ ନ ହେବା କ୍ଷତି ଆକଳନ ହେଲେ ମଧ୍ୟ କମ୍ପାନୀ ତାହାକୁ ଗ୍ରହଣ ନ କରିବା ବିଭିନ୍ନ ଆଳ ଦେଖାଇ କମ୍ପାନୀ ଚାଷୀ ମାନଙ୍କୁ ଧର୍ଯ୍ୟ ସମୟ ରେ କ୍ଷତିପୂରଣ ନ ଦେବା ଆଉ ଏକ ପ୍ରମୁଖ କାରଣ ଅଟେ ସେଥିପାଇଁ ଚାଷୀ ନିରୁତ୍ସାହିତ ତାହା ପ୍ରତିଫଳିତ ହେଉଛି ବୀମା ପଞ୍ଜିକୃତ ହେଉନାହିଁ ।
ଗତ ବିଜେଡି ରାଜ୍ୟ ସରକାର ଚାଷୀଙ୍କୁ ଆକର୍ଷଣ କରିବା ପାଇଁ ଦୁଇ ହେକ୍ଟର ପର୍ଯ୍ୟନ୍ତ ପ୍ରିମିୟମ ସରକାର ଦେବେ କହିଥିଲେ ଏହି ବର୍ଷ ବି ଯେ ପି ସରକାର ମଧ୍ୟ ତାହାକୁ ଲାଗୁ କରିଛନ୍ତି ହେଲେ କାହିଁକି ଚାଷୀ ନିରୁତ୍ସାହିତ ତାହାର ପ୍ରକୃତ କାରଣ ଖୋଜି ସମାଧାନ ନ କଲେ ଆଗାମୀ ଦିନରେ ଏହି ଯୋଜନା ମଧ୍ୟ ଚାଷୀଙ୍କ ଅନାଗ୍ରରେ ପରିଣତ ହେବ। ସେଥିପାଇଁ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଉଚିତ ଭାବେ କ୍ଷତି ଆକଳନ କରି ଠିକ ସମୟ ରେ ଚାଷୀଙ୍କୁ କ୍ଷତି ପୁରଣ ଦେବା ପାଇଁ ଦାବୀ କରିଛନ୍ତି।
Report : Bijay ku sahu
Edited by k.s thakur...


