ବରଗଡ଼-ନୂଆପଡା ରେଳପଥ ପ୍ରସଙ୍ଗ, ମିଥ୍ୟା ପ୍ରତିଶୃତି ଦେବାରେ ବିଜେପି ମାହିର : ଆପ୍ ...
ବରଗଡ଼,୧୧/୦୮ : କେନ୍ଦ୍ର କ୍ୟାବିନେଟ ରେ ଓଡିଶା ପାଇଁ ୬ ଟି ନୂଆ ରେଳ ପ୍ରକଳ୍ପ ଅନୁମୋଦନ ଲାଭ କରିଛି ହେଲେ ବିଡମ୍ବନା ର କଥା ଯେ ବହୁ ଚର୍ଚ୍ଚିତ ବରଗଡ଼-ନୂଆପଡା ରେଳପଥ ଏଥିରେ ସ୍ଥାନ ପାଇ ନି ଯାହାକୁ ନେଇ ଆମ୍ ଆଦମୀ ପାର୍ଟି ବରଗଡ଼ ତରଫରୁ ତୀବ୍ର ସମାଲୋଚନା କରାଯାଇଛି।
Ad..
ବରଗଡ ଜିଲ୍ଲାର ବିଜେପୁର ଓ ପଦ୍ମପୁର ଉପନିର୍ବାଚନ ସମୟରେ ଏହା ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିଲା, ଭାରତୀୟ ଜନତା ପାର୍ଟି ଏବଂ ଖୋଦ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ।
ବରଗଡ ର ନୂଆ ସାଂସଦ ପ୍ରଦୀପ ପୁରୋହିତ ରେଳମନ୍ତ୍ରୀଙ୍କୁ ଭେଟି ଲିଖିତ ଭାବେ ଅନୁରୋଧ କରିଥିଲେ ଯାହା ଖବରକାଗଜ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ହେଲେ ସବୁ ଜୁମଲା ପାଲଟିଲା ବୋଲି ବରଗଡ ଆପ୍ ର ଜିଲ୍ଲା ସଭାପତି ଭବାନୀ ସାହୁ ଅଭିଯୋଗ କରିଛନ୍ତି।
ଜିଲ୍ଳାରୁ ଜଣେ ସାଂସଦ ଓ ୪ ଜଣ ବିଧାୟକଙ୍କୁ ଜିତାଇ ଥିବା ଲୋକଙ୍କୁ ଶେଷରେ ପ୍ରତାରଣା ମିଳିଛି ବୋଲି ଶ୍ରୀ ସାହୁ କହିଛନ୍ତି। ବିଜେପି ଜୁମଲା ବାଣ୍ଟିବା ରେ ଓସ୍ତାଦ ତେଣୁ ଆଗକୁ ଏହି ପରି ଅନେକ ମିଥ୍ୟା ପ୍ରତିଶୃତି ପରିବେଷଣ ହେବାର ସମ୍ଭାବନା ରହିଥିବାରୁ ବିଜେପି ପ୍ରତି ସତର୍କ ରହିବାକୁ ଶ୍ରୀ ସାହୁ କହିଛନ୍ତି।
Report : Bijay ku sahu
Edited by k.s thakur...


