ଗୁରୁ ଭଗବାନ ସାହୁଙ୍କ ସ୍ମୃତିରକ୍ଷା ପାଇଁ ନିଷ୍ପତ୍ତି...
ବରଗଡ଼,୧୧/୦୮ : ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ଏକ ବୈଠକ ଗଙ୍ଗାଧର ନଗର ସ୍ଥିତ ଏ ଇ ଏମ୍ ସ୍କୁଲ ଠାରେ ଡ. ତପସ୍ଵିନୀ ଗୁରୁଙ୍କ ସଭାପତିତ୍ବରେ ତଥା ସମ୍ପାଦକ ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡାଙ୍କ ସଂଯୋଜନାରେ ହୋଇଥିଲା।
Ad..
ଏଥିରେ ରାଜ୍ୟସ୍ତରୀୟ ସ୍ମୃତି କମିଟି ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୁଲ୍ୟରେ ଗୁରୁ ଭଗବାନ ସାହୁଙ୍କ ୯୪ତମ ଜୟନ୍ତୀ ସମସ୍ତଙ୍କ ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଆୟବ୍ୟୟ ବିବରଣୀ ଉପସ୍ଥାପନ କରିବା ସହିତ ସଙ୍ଗୀତ ନାଟକ ଏକାଡେମୀର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥଙ୍କ ଆନ୍ତରିକ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ଏଥି ସହିତ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରକ୍ଷା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦଧିବାବନ ଶତପଥୀ, ଲୁଲୁ ରବିନ ଦାସ, ଉଦ୍ଧବ ବେହେରା, ଡ. ଯସବୀର ସିଂହ, ବିମଳ କୃଷ୍ଣ ମିଶ୍ର, ପଞ୍ଚାନନ ବାରିକ, ପ୍ରଦୀପ କୁମାର ମିଶ୍ର, ନୁରାବତି ସାହୁ, ସଂଘମିତ୍ରା ପଟେଲ, ସନ୍ତୋଷିନୀ ନାଗ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ଉଦ୍ଧବ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


