ଅଜଣା ରୋଗ ରେ ପୀଡିତ ଦିବ୍ୟାଙ୍ଗ ଙ୍କୁ ଭେଟି ଚିକିତ୍ସା ପାଇଁ ଆଲୋଚନା କଲେ କଣ୍ଟାବାଞ୍ଜି ବିକାଶ ପରିଷଦ କର୍ମକର୍ତ୍ତା...

ଅଜଣା ରୋଗ ରେ ପୀଡିତ ଦିବ୍ୟାଙ୍ଗ ଙ୍କୁ ଭେଟି ଚିକିତ୍ସା ପାଇଁ ଆଲୋଚନା କଲେ କଣ୍ଟାବାଞ୍ଜି ବିକାଶ ପରିଷଦ କର୍ମକର୍ତ୍ତା...


ବଙ୍ଗୋମୁଣ୍ଡା,୧୦/୦୮ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ସନ୍ଧିସର ଗାଁ ର ଜଣେ ଦିବ୍ୟାଙ୍ଗ ଯୁବତୀ  ମିଥିଲା ହଂସ ଦୀର୍ଘ ବର୍ଷ ହେବ  ଅଜଣା ରୋଗ ରେ ପୀଡିତ ଥିବା ନେଇ ଆଜି କଣ୍ଟାବାଞ୍ଜି ବିକାଶ ପରିଷଦ ଆବାହକ ଅଜୟ ଦାସ ଙ୍କ ନେତୃତ୍ୱରେ ତାଙ୍କୁ ଭେଟି ଚିକିତ୍ସା ସମ୍ପର୍କରେ ଆଲୋଚନା କରିବା ସହ କିପରି ଭାବେ ତାଙ୍କୁ ଆବଶ୍ୟକ ଚିକିତ୍ସା ମିଳି ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । 

               Ad..


ଦୀର୍ଘ ଦିନ ହେଲା ଶଯ୍ୟାଶାୟୀ ହୋଇ ପଡ଼ିଥିବା ବେଳେ ଅଜଣା ରୋଗ ରେ ଛଟପଟ ହେଉଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ଦୁର୍ଦ୍ଦକ୍ଷ ହଂସ, ଧର୍ମେନ୍ଦ୍ର ଦାସ,ଶ୍ୟାମ ବଗର୍ତ୍ତି,ହେମନ୍ତ ହଂସ, ବିଶ୍ୱଜିତ ହଂସ ପ୍ରମୁଖ ସାମିଲ ହୋଇଥିଲେ । ସୂଚନା ଅନୁସାରେ,ତାଙ୍କ ବାପା ଦୀର୍ଘ ୨୦ ବର୍ଷ ହେବ ଆରପାରିକୁ ଚାଲି ଯାଇଥିବା ବେଳେ ଘରେ ମାଆ ଗୋମତି ଙ୍କ ସହ ରହୁଛନ୍ତି ।





Edited by k.s thakur...

Post a Comment

Previous Post Next Post