ପଦ୍ମପୁର ରେ ମାଁ ତୁଝେ ସଲାମ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ...

ପଦ୍ମପୁର ରେ ମାଁ ତୁଝେ ସଲାମ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ଼,୧୬/୦୮ : ବରଗଡ଼ ଜିଲ୍ଲା ପଦ୍ମପୁର ରାଜାଜୀ ଟାଉନ୍ ହଲ୍ ଠାରେ ୭୮ ତମ ସ୍ବାଧୀନତା ଦିବସ ଅବସରରେ ମା ତୁଝେ ସଲାମ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

          Ad..


ସଙ୍ଗିତ ସମିତି ଓ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟର ମିଲିତ ସହଯୋଗ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଟାଉନ୍ କ୍ଲବ ସଭାପତି ତଥା ଯୁବନେତା ପ୍ରିତେଶ ବହିଦାର ଏବଂ ପଦ୍ମପୁର ରେଞ୍ଜର ସୁଦାମ ଜଗଦଲ୍ଲା ଯୋଗଦାନ ଦେଇ ଉଦଘାଟନ କରିଥିଲେ। 

ପଦ୍ମପୁର ଅଂଚଳ ର ଲୋକକଳା ଗୀତ, ନୃତ୍ୟ ପ୍ରଭୃତି କୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଥିବା ଉଭୟ ଅନୁଷ୍ଠାନ ସଂଗୀତ ସମିତି ଓ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି  ଯୁବନେତା ପ୍ରିତେଶ କହିଥିବା ବେଳେ ଆଜି ର ଦିନରେ ଜନ୍ମ ମାଟି ତଥା ଭାରତ ମାତା ଙ୍କ ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଶକୁ ସ୍ବାଧୀନ କରିବାରେ ଯେଉଁ ବୀରପୁରୁଷ ମାନେ ଦେଶପାଇଁ ସହୀଦ ହୋଇଛନ୍ତି ସେଭଳି ମହାପୁରୁଷ ମାନଙ୍କର ଉଦ୍ଦେଶ୍ୟ ଆଜିର ଏହି ମାଁ ତୁଝେ ସଲାମ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଆୟୋଜିତ କରିଥିବା ରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। 

ଏହି କାର୍ଯ୍ୟକ୍ରମରେ ଛୋଟ ରୁ ବଡ ସମସ୍ତ ଛାତ୍ରଛାତ୍ରୀ ଓ ପଦ୍ମପୁର ର ସମସ୍ତ କଳାକାର ଯୋଗଦେଇ ସହଯୋଗ ସହ ନୃତ୍ୟ, ଗୀତ ରେ ଅଶଗ୍ରହଣ କରିଥିଲେ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post