କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ହତ୍ୟା ମାମଲା : ଆଇଏମଏ ୨୪ ଘଣ୍ଟିଆ ବନ୍ଦ ଡାକରା, ବରଗଡ଼ ଶାଖାର ପୂର୍ଣ୍ଣ ସମର୍ଥନ...

କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ହତ୍ୟା ମାମଲା : ଆଇଏମଏ ୨୪ ଘଣ୍ଟିଆ ବନ୍ଦ ଡାକରା, ବରଗଡ଼ ଶାଖାର ପୂର୍ଣ୍ଣ ସମର୍ଥନ...


(ଆଜି ବନ୍ଦ ରହିବ ସ୍ୱାସ୍ଥ୍ୟ ସେବା, ଜରୁରୀକାଳୀନ ସେବା କୁ ବାଦ)

ବରଗଡ,୧୬/୦୮ : କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଏବଂ 15 ଅଗଷ୍ଟ ଦିନେ ପ୍ରତିବାଦରତ ଡାକ୍ତର ମାନଙ୍କୁ ଆକ୍ରମଣ ଘଟଣା ବିରୋଧରେ ଅଗଷ୍ଟ 17 ରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) 24 ଘଣ୍ଟା ଧରି ଦେଶବ୍ୟାପୀ ବନ୍ଦ ଡାକରା ଦେଇ ଥିବା ବେଳେ ସ୍ୱାସ୍ଥ୍ୟ ସେବାକୁ ବନ୍ଦ ରଖିବାକୁ  ଘୋଷଣା କରିଛି। 

             Ad..


ଭାରତୀୟ ମେଡିକାଲ ଏସୋସିଏସନ ବରଗଡ ଶାଖା ଏହା କୁ ସମର୍ଥନ ଜଣାଇ ଅଗଷ୍ଟ 17 ସକାଳ 6 ଘଣ୍ଟାରୁ ଅଗଷ୍ଟ 18 ସକାଳ 6 ଘଣ୍ଟା ପର୍ଯ୍ୟନ୍ତ 24 ଘଣ୍ଟା ପାଇଁ ସ୍ୱାସ୍ଥ୍ୟ ସେବା ବନ୍ଦ ରଖିବାକୁ ଘୋଷଣା କରି ଥିବା ବେଳେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ, କିନ୍ତୁ OPD ବନ୍ଦ ରହିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆ ଯାଇଛି।  

ଆଇଏମଏ ବରଗଡ ଶାଖାର ସଭାପତି ଡା. ରବି ତ୍ରିପାଠୀ, ସମ୍ପାଦକ ଡା ସୁବଲ କର, ସହ-ସମ୍ପାଦକ ଡା ଜଗନ୍ନାଥ ପଣ୍ଡିତ ଏବଂ କୋଷାଧ୍ୟକ୍ଷ ଡା ଶ୍ରୀକୃଷ୍ଣ ବଲାବ ମହାନ୍ତି ଏବଂ ଭାରତୀୟ ଡେଣ୍ଟାଲ ଆସୋସିଏସନ ବରଗଡ ଶାଖା ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲେ ଜଣେଇଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post