ଅବସରପ୍ରାପ୍ତ ଡାକ୍ତର ଙ୍କୁ ସମ୍ବର୍ଦ୍ଧିତ କଲେ ବୈଗାପାଲି ଗ୍ରାମବାସୀ...
ଅମ୍ବାଭୋନା, ୧୬/୮ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କପାଶିରା ପଂଚାୟତ ଅଧିନସ୍ଥ ବୈଗାପାଲି ଗ୍ରାମ ରେ ଶୁକ୍ରବାର ଦିନ ଅବସର ପ୍ରାପ୍ତ ଡାକ୍ତର ସୁନୀଲ ଆଚାର୍ଯ୍ୟ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି।ଡାକ୍ତର ଆଚାର୍ଯ୍ୟ ବହୁ ଆଗରୁ ଅମ୍ବାଭୋନା ଚିକିତ୍ସାଳୟ ରେ ରହି ଏହି ଅଂଚଳ ବାସୀ ଙ୍କୁ ନିଷ୍ଠାପର ସେବା କରି ଆସୁଥିଲେ।
Ad..
ବର୍ତମାନ ର ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ ତାଙ୍କର ସୁପୁତ୍ର ଅଟନ୍ତି। ଭଟଲି ବିଧାନସଭା ର ଜନସାଧାରଣ ବହୁ ସଂଖ୍ୟା ରେ ମତଦାନ ଦେଇ ବିଜୟୀ କରାଇଥିବାରୁ। ଡ :ଆଚାର୍ଯ୍ୟ ସମସ୍ତ ଗ୍ରାମ ଗୁଡିକୁ ପରିଭ୍ରମଣ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଏବଂ ଦୀର୍ଘ ଦିନର ବ୍ୟବଧାନ କୁ ମନେ ପକାଇ ସମସ୍ତଙ୍କ ସହିତ ସୁଖ ଦୁଃଖ ଶୁଣି ଲୋକଙ୍କ ନିକଟତର ହେବା ସହିତ ବହୁତ ଖୁସି ଅନୁଭବ କରିଛନ୍ତି।
ଆଜି ବୈଗାପାଲି ଗ୍ରାମବାସୀ ଡ : ଆଚାର୍ଯ୍ୟ ଙ୍କୁ ପାଛୋଟି ନେଇ ଥିଲେ। ସେଠାରେ ଡ :ଆଚାର୍ଯ୍ୟ ଲୋକଙ୍କ ସହିତ ମିଶି ନିଜକୁ ବହୁତ ଖୁସି ଅନୁଭବ କରିଥିଲେ ଓ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ରମେଶ ନାଏକ, ସୁରେଶ ପଧାନ, କାର୍ତିକ ଦେହେରୀ, ପ୍ରଶାନ୍ତ ପଧାନ, ସୁଶାନ୍ତ ପଧାନ, ମନୋଜ ସାହୁ, ଲିଙ୍ଗରାଜ ନାଏକ ଙ୍କ ସମେତ ବୈଗାପାଲି ଗ୍ରାମବାସୀ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


