ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳନ ପାଇଁ ସଂସ୍କୃତ ଭାରତୀ ର ପ୍ରସ୍ତୁତି ବୈଠକ...

ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳନ ପାଇଁ ସଂସ୍କୃତ ଭାରତୀ ର ପ୍ରସ୍ତୁତି ବୈଠକ...


ବରଗଡ଼,୧୬/୦୮ : ବରଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ଠାରେ ଗୁରୁବାର ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ପ୍ରାନ୍ତୀୟ ଅଧ୍ୟକ୍ଷ ଆୟୁଷ୍ମନ୍ତ ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇ ଯାଇଛି ।

             Ad..


ସଂସ୍କୃତ ଭାରତୀ ଆନୁକୁଲ୍ୟରେ ବରଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ଠାରେ ସେପ୍ଟେମ୍ବର ୧ ତାରିଖ ରେ ଅନୁଷ୍ଟିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଏହି ସମାବେଶ ରେ  ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଟିତ ହେବାକୁ ଥିବା ବେଳେ  କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସଂସ୍କୃତ ଭାରତୀ ଜିଲ୍ଲା ସଂଯୋଜକ ହେମନ୍ତ ପ୍ରଧାନ ସୂଚନା ପ୍ରଦାନ କରିଥିଲେ । 

ପୂର୍ବତନ ଜିଲ୍ଲା ସଭାପତି  ଡ଼ା ଅନ୍ତର୍ଯ୍ୟାମି ଦାଶ, ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଯୁଗ୍ମ ସମ୍ପାଦକ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଜିଲ୍ଲା ସଭାପତି ଅଧ୍ୟାପକ ରାଜୀବ ସାହୁ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ପ୍ରଧାନ ଆଚାର୍ଯ୍ୟ ରଞ୍ଜନ ବିଶ୍ଵାଳ  ପଣ୍ଡିତ ରବି କିଶୋର ହୋତା  ବିବେକାନନ୍ଦ ପଣ୍ଡା ସୁରେନ୍ଦ୍ର ହର୍ ପାଲ ଦିବ୍ୟ ଜ୍ୟୋତି ମହାକୁଡ ଦେବାର୍ଚ୍ଚନ ସା ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ।





Report : Bijay ku sahu

Edited by k.s thakur...




Post a Comment

Previous Post Next Post