ବରଗଡ଼ ଜିଲ୍ଲା ରେ ଟାଟା ପାୱାର ବିରୁଦ୍ଧରେ ଦାନା ବାନ୍ଧୁଛି ଗ୍ରାହକ ଅସନ୍ତୋଷ...

ବରଗଡ଼ ଜିଲ୍ଲା ରେ ଟାଟା ପାୱାର ବିରୁଦ୍ଧରେ ଦାନା ବାନ୍ଧୁଛି ଗ୍ରାହକ ଅସନ୍ତୋଷ...


ବରଗଡ଼,୨୦/୦୮ : ବରଗଡ଼ ଜିଲ୍ଲା ରେ ଟାଟା ପାୱାର ସଦାବେଳେ ଗ୍ରାହକଙ୍କୁ ଶୋଷଣ କରୁଥିବା, ଚାଷୀ ଙ୍କ ବିଲକୁ ନେଇ ହଇରାଣ କରୁଥିବା, ଅଘୋଷିତ ବିଦ୍ୟୁତ କାଟ କରିବା, ଗ୍ରାମାଞ୍ଚଳ ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରିବା ଘଟଣା କୁ ନେଇ ଗ୍ରାହକ ଅସନ୍ତୋଷ କୁହୁଲୁଥିବା ବେଳେ ଏବେ ଗ୍ରାମାଞ୍ଚଳରେ ସ୍ମାର୍ଟ ମିଟର କୁ ନେଇ ଜିଲ୍ଲାବ୍ୟାପୀ ଅସନ୍ତୋଷ ଦେଖାଦେଇଛି। 

                 Ad..


ଯାହାକୁ ନେଇ ଟାଟା ପାୱାର ଓ ଗ୍ରାହକ ମଧ୍ୟ ରେ ଏକ ପ୍ରକାରର ଶିତଳଯୁଧ୍ଧ ଜିଲ୍ଲା ରେ ଆରମ୍ଭ ହେଲାଣି। କିଛି ଦିନ ପୂର୍ବରୁ ଚାଷୀମାନେ ସ୍ମାର୍ଟ ମିଟର ଟ୍ରାକ୍ଟର ରେ ନେଇ ଫେରସ୍ତ କରିଥିବା ବେଳେ ଗତ କାଲି ବୁଦ୍ଧିଆପାଲି ଏବଂ ଝଙ୍କରପାଲି ଗ୍ରାମ ର ବିଦ୍ୟୁତ ଉପଭୋକ୍ତା ମାନେ ସ୍ମାର୍ଟ ମିଟର ରେ ବିଲ ଅଧିକ ଆସୁଛି କହି ବିଶିପାଳି ଗ୍ରୀଡ଼ ରେ ଘରେ ଲାଗିଥିବା ସ୍ମାର୍ଟ ମିଟର ଫେରାଇ ଦେବା ପାଇଁ ନେଇଥିଲେ...

           Ad..


ହେଲେ କର୍ମଚାରୀ ମାନେ ଗ୍ରାମ ବାସୀଙ୍କୁ ଦେଖି ବାହାରେ ଜଳୁଥିବା ଲାଇନ ବନ୍ଦ କରିଦେଇଥିଲେ ଓ ଗେଟ ବନ୍ଦ କରିଥିଲେ ଫଳରେ  ଉତ୍ତୋଜନା ଦେଖାଦେଇ ଗ୍ରାମ ବାସୀ ମାନେ ସମସ୍ତ ମିଟର ଗେଟ ସାମ୍ନା ରେ ରଖିଦେଇ ଫେରିଥିବା ଘଟଣା ଏବେ ଜିଲ୍ଲା ରେ ବିଦ୍ୟୁତ୍ ଗ୍ରାହକ ଅସନ୍ତୋଷ ଦେଖାଦେଇଛି। ଆଗକୁ ବରଗଡ଼ ଜିଲ୍ଲା ରେ ଏକ ବଡଧରଣର ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହୁଛି।





Report : Bijay ku sahu

Edited by k.s thakur...




Post a Comment

Previous Post Next Post