ବରିଷ୍ଠ ନାଗରିକ କାର୍ଯ୍ୟାଳୟ ରେ ସମ୍ବର୍ଦ୍ଧନା ଉତ୍ସବ...
ବରଗଡ଼,୨୦/୦୮ : ବରଗଡ଼ ଆଜି ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସଂଘର ମାସିକ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇ ଶେଡ଼ ନିର୍ମାଣ, କବିତାପାଠୋତ୍ସବ, ଅନୁପ୍ରବେଶକାରି ପ୍ରସଙ୍ଗ, ସଭ୍ୟଙ୍କ ପରିଚୟ ପତ୍ର, ବ୍ଲକ ପାଇଁ ଅବଦାନ ଗ୍ରାଣ୍ଟ ଆଦି ଅନେକ ବିନ୍ଦୁ ଉପରେ ଆଲୋଚନା ଓ ନିଷ୍ପତି ନିଆଗଲା।
Ad..
ଏହି ଅବସରରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବରିଷ୍ଠ ନାଗରିକ ସଂଘ ସଭାପତି ଉତ୍କଳ କୁମାର ପାଠୀ ଓ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ଗାଇସିଲେଟ ରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ସ୍ୱତନ୍ତ୍ର ଏକ ନୂତନ ଗୃହ ନିର୍ମାଣ କରାଯାଇଥିବାରୁ ଆମ ଜ଼ିଲ୍ଲା ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
Ad..
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେଦାର ମିଶ୍ର, ଗୋବିନ୍ଦ ଦାଶ, ସୁରେନ୍ଦ୍ର ମୋହନ ଚାନ୍ଦ, ଶୁଶିଲ ମହାପାତ୍ର, ସର୍ଦାର ପ୍ରୀତମ ସିଂ, ପ୍ରଶନ୍ନ ପ୍ରଧାନ, ଚନ୍ଦ୍ର ଶେଖର ସାହୁ, ଦେବୀ ପଟ୍ଟନାୟକ, ବିରେନ୍ଦ୍ର ମିଶ୍ର, ପ୍ରଦୀପ ସାହୁ,ଅଭିଜିତ ପ୍ରତିହାର, ପବିତ୍ର ସରାଫ ଓ ତୁଳସୀ ଚରଣ ଦାଶ ପ୍ରମୁଖ ଯୋଗଦେଇଥିଲେ । ଶେଷରେ କାହ୍ନୁ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...



