ନିର୍ଝରିଣୀ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ...

ନିର୍ଝରିଣୀ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ...


କଣ୍ଟାବାଞ୍ଜି,୧୯/୦୮ : ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜୟନ୍ତୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାକକ୍ଷରେ ଧୂମଧାମରେ ପାଳିତ ହୋଇଯାଇଛି।

             Ad..


ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନରେନ୍ଦ୍ର କୁମାର ସୁନା,ମୁଖ୍ୟ ଅତିଥି, ଡ଼.ସଞ୍ଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ଈଶ୍ୱର ଚନ୍ଦ୍ର ଖମାରୀ, ଜଗଦାନନ୍ଦ ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

           Ad..


ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା,ସହ ସମ୍ପାଦିକା ଅଞ୍ଜଳି ମାଝୀ ସ୍ୱ।ଗତ ଭାଷଣ ଓ ଉପସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।ସଭା ପ୍ରାରମ୍ଭରେ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଧୂପଦୀପ ଦିଆଯାଇଥିଲା।

କଣ୍ଠଶିଳ୍ପୀ ଗଣପତି ବେହେରା କବିଙ୍କ କବତାକୁ ଆବୃତ୍ତି କରିବା ସହିତ କବି ଶ୍ୟାମ ସୁନ୍ଦର ଗୁରୁ,ପୂର୍ଣ୍ଣିମା ଖମାରୀ, ବିନୋଦ ପୁଟେଲ,ଉମେଶ ବେହେରା ଆଦି କବିତା ପାଠ କରିଥିଲେ।

ଉକ୍ତ ଅବସରରେ କରାଯାଇଥିବା ପିଲାଙ୍କ ତୂଳୀରେ କବି ଗଙ୍ଗାଧର ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ସାଇରାମ ଆଚାରୀ,ଗୁରେଶ୍ୱରୀ ସାହୁ, ନିତେଶ ସତନାମୀ,ସତ୍ୟମ କୁମାର ଡାଙ୍ଗ,ନିହାରୀକା ବେହେରା, ବସୁନ୍ଧରା ସୁନା,ପ୍ରିୟାଂଶି ମାଝୀ, ଆକୃତି ସାହୁ, ଶୁଭଶ୍ରୀ ନାୟକଙ୍କୁ ପ୍ରମାଣପତ୍ର ଓ ଉପହାର ଦେଇ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ତେଜରାଜ ସାହୁ,କୁଞ୍ଜ ବିହାରୀ ବେହେରା, କୈଳାଶ ଦୀପ,କିଶୋର ବରିହା, ମମତା ପଣ୍ଡା, ଉମାକାନ୍ତୀ ସରାଫ,ଧନସିଂ ମାଝୀ, ଦୀନେଶ ମହାନନ୍ଦ,ଅନୁପ କୁମାର ଦାସଆଦି ସହଯୋଗ କରିଥିଲେ।




Edited by k.s thakur...




Post a Comment

Previous Post Next Post