ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ...
ପୁରେନା,୧୯/୦୮ : ସ୍ଥାନୀୟ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
Ad..
ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ରେଣୁଧର ସାହୁ। ଛାତ୍ରୀ ଏଲିନା ଧରୁଆ, ନମିତା ଧରୁଆ, ଭୂମିସୁତା ଭୋଇ, ମିନାକ୍ଷୀ ଭୋଇ ଓ ପୁନମ ପଟେଲ ସ୍ବଭାବ କବିଙ୍କ ସ୍ମୃତି ଚାରାଣ କରିଥିଲେ।
Ad..
କବିଙ୍କ ରଚିତ କାଳଜୟୀ କବିତା ଗୁଡିକ ମଧ୍ୟରୁ ଚାରିଟି କବିତା ସାମୂହିକ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ସାହୁ, ଶିକ୍ଷକ ଲେଖ୍ରୁ ବାରିକ ମଧ୍ୟ କବିଙ୍କ ଗୁଣଗାନ କରିଥିଲେ। ଶିକ୍ଷକ ପ୍ରମୋଦ ନାଥ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଚନ୍ଦ୍ରଭାନୁ ବଡ଼ଗୁଛିଆ ଓ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...



