ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ...
ଅମ୍ବାଭୋନା ,୧୯/୦୮ : ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତା ଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।
Ad..
ପ୍ରଧାନ ଶିକ୍ଷୟିତ୍ରୀ ଗଙ୍ଗାଧର ମେହେରଙ୍କ ଜୀବନି ଓ ପ୍ରକୃତି ଚିତ୍ରଣରେ ଗଙ୍ଗାଧର ମେହେର କିପରି ସିଦ୍ଧହସ୍ତ ସେ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇ ଥିଲେ । ଓଡ଼ିଆ ଶିକ୍ଷୟିତ୍ରୀ ଅଲିନା ଦାଶ ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ବିଷୟରେ ଆଲୋଚନା କରିଥିବାବେଳେ ଶିକ୍ଷକ ଗୋଳେଖ ପ୍ରଧାନ କାବ୍ୟ, କବିତା ରଚନା ବିଷୟରେ ଆଲୋଚନା କରିଥିଲେ।
Ad..
ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରୀ କୁସୁମ ଦାସ, ପୂଜା ସିଂ ଓ ରଶ୍ମୀ ପଟେଲଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଯୋଗଦାନ କରିଥିଲେ। ଶେଷରେ ଚଉବର୍ଗ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



